ୟୁକୋ ବ୍ୟାଙ୍କ୍‌ରେ ଗ୍ରାହକ ଠକେଇ ଅଭିଯୋଗ, ଋଣ ଶୁଝି ବି ଆଦାୟ ଚାଲିଛି!

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ): ହିନ୍ଦୋଳ ରୋଡ୍‌ ବଜାରରେ ଥିବା ୟୁକୋ ବ୍ୟାଙ୍କ ଶାଖାେର ଗ୍ରାହକମାନଙ୍କୁ ଠକେଇ କରାଯାଉଥିବା ଅଭିଯୋଗ ହୋଇଛି। ଋଣ ନେଇ ପରିଶୋଧ କରିଥିବା ଗ୍ରାହକମାନଙ୍କଠାରୁ ପୁନର୍ବାର ଋଣ ବାକିଥିବା ଦର୍ଶାଇ ଜୋର ଜବରଦସ୍ତ ଆଦାୟ କରାଯାଉଥିବା ବାଙ୍ଗୁରସି˚ହ ଗ୍ରାମର ଜଣେଗ୍ରାହକ ର˚ଜନ ସାହୁ ଅଭିଯୋଗ କରିଛନ୍ତି। ରଂଜନଙ୍କ ଅଭିଯୋଗ ଅନୁଯାୟୀ ସେ ଗତ ୨୫ା୩ା୨୦୦୦ରେ ୨୦ ହଜାର ଟଙ୍କା ଋଣ ନେଇଥିଲେ। ଗତ ୧୯ା୯ା୦୩ରେ ସମସ୍ତ ଋଣ ପରିଶୋଧ କରି ରସିଦ ନେଇଛନ୍ତି ଏବ˚ ତତ୍କାଳୀନ ଶାଖା ପରିଚାଳକ ଜମା ରସିଦ ଉପରେ ଋଣ ଆକାଉଣ୍ଟ କ୍ଲୋଜ୍‌ ବୋଲି ଲେଖି ସ୍ବାକ୍ଷର କରିଛନ୍ତି। ଏହା ସତ୍ତ୍ବେ ବର୍ତ୍ତମାନର ଶାଖା ପରିଚାଳକ ର˚ଜନଙ୍କୁ ଋଣ ବାକିଥିବା ଦର୍ଶାଇ ନୋଟିସ୍‌ ଲଗାଇ ତାଙ୍କଠାରୁ ଗତ ୧ା୨ା୨୦୧୯ରେ ୨୭୫୦ଟଙ୍କା ଆଦାୟ କରିଛନ୍ତି। ଏହିପରି ଅନ୍ୟ ଜଣେ ଗ୍ରାହକ ଘନଶ୍ୟାମ ସାହୁ ଋଣ ପରିଶୋଧ କରିଥିବା ବେଳେ ତାଙ୍କଠାରୁ ୭୬୦୦ ଟଙ୍କା ମଧ୍ୟ ଆଦାୟ କରିଥିବା ଅଭିଯୋଗ ହୋଇଛି।

ଏ ସଂପର୍କରେ ଢେଙ୍କାନାଳ ଲିଡ୍‌ ବ୍ୟାଙ୍କ ଅଧିକାରୀଙ୍କୁ ପଚାରିବାରେ ସେ କହିଥିଲେ, ଯଦି ଋଣ ପଇଠ କରିଛନ୍ତି ତେବେ ଆଉ ଦିଅନ୍ତୁ ନାହିଁ। ତାହା ସ˚ଶୋଧନ କରିଦେବୁ। କିନ୍ତୁ ବ୍ୟାଙ୍କର ଶାଖା ପରିଚାଳକ ଏହା ମାନିବାକୁ ରାଜି ନୁହନ୍ତି। ଗ୍ରାହକମାନଙ୍କ ଅଭିଯୋଗ ଅନୁସାରେ ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ୩ ବର୍ଷର ଅନେକ ରେକର୍ଡପତ୍ର ନାହିଁ ଏବ˚ ୨୦୧୦ରେ ମାନୁଆଲ୍‌ରୁ କମ୍ପ୍ୟୁଟରୀକରଣ ବେଳେ ବହୁ ତ୍ରୁଟି ରହିଯାଇଥିଲା। ଫଳରେ ଅନେକ ଅଚଳ ଜମା ଖାତାରୁ ଜମା ରାଶି ଗାଏବ ହୋଇଯାଇଛି। ତାର କୌଣସି ହିସାବ ନାହିଁ। ଏ ସଂପର୍କରେ ଶାଖା ପରିଚାଳକ ବିଶ୍ବର˚ଜନ ସାହୁଙ୍କୁ ପଚାରିବାରୁ ସେ ଆମ ପ୍ରତିନିଧିଙ୍କୁ ‘ଯାହାର ନାହିଁ ତୁମେ ଖାଇଛ’ କହି ତାଚ୍ଛଲ୍ୟ କରିଥିଲେ। ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଅଧିକ ଟଙ୍କା ଦେଇଥିବା ଜମାକାରୀଙ୍କୁ ଜମାରାଶି ତୁରନ୍ତ ଫେରସ୍ତ କରିବା ସହିତ ଋଣ ଖାତା ସ˚ଶୋଧନ କରିବାକୁ ବ୍ୟାଙ୍କ ଶାଖାର ଗ୍ରାହକମାନେ ଦାବି କରିଛନ୍ତି।

Spread the love