ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସକାରାତ୍ମକ ଭାବେ ସାରା ରାଜ୍ୟରେ ପାଳନ କରାଯିବ : ସଞ୍ଜୟ ଦାସ ବର୍ମା

ଭୁବନେଶ୍ୱର,୨୯/୦୫: ସାରାବିଶ୍ୱ ବର୍ତମାନ କୋରନା ମହାମାରୀର ମୁକାବିଲା କରିବାରେ ଲାଗିଛି। ସେହିକ୍ରମରେ ଭାରତ ମଧ୍ୟ କରୋନା ସହ ବଡ ଧରଣର ଲଢେଇ ଲଢୁଛି। ଏହି ଲଢେଇରେ ପ୍ରମୁଖ ଭୂମିକା ତୁଲାଉଥିବା ତଥା ଯୋଦ୍ଧା ରୂପେ ନିଜର କର୍ତବ୍ୟ ତୁଲାଉଥିବା ସମସ୍ତଙ୍କୁ ଯେପରି ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ପୋଲିସ କର୍ମଚାରୀ, ଅଶା ଦିଦି, ସରପଞ୍ଚ ଓ ଅଙ୍ଗନବାଡି କର୍ମୀଙ୍କୁ ସମ୍ମାନିତ କରିବା ପାଇଁ ଏବଂ ସେମାନଙ୍କ ମନବଳ ବୃଦ୍ଧି କରିବା ପାଇଁ ରାଜ୍ୟ ଭିତରେ ଏବଂ ବାହାରେ ରହୁଥିବା ଓଡ଼ିଆମାନଙ୍କୁ ବନ୍ଦେଉତ୍କଳ ଜନନୀ ଆସନ୍ତା ଶନିବାର ଅପରାହ୍ନ ୫ଟା ୩୦ମିନିଟରେ ସାମୁହିକ ଗାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସକାରାତ୍ମକ ଭାବେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସହ ବିଜେଡି ୩୦ଟି ଜିଲା ଓ ୨ଟି ସାଙ୍ଘଠନିକ ଜିଲା ସହିତ ରାଜ୍ୟର ସମସ୍ତ ଆଇକନିକ ସ୍ଥାନରେ ସାମାଜିକ ଦୂରତା ରକ୍ଷାକରି ଏହି କାର୍ଯ୍ୟକ୍ରମ ପାଳନ କରିବା ପାଇଁ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସ ବର୍ମା ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ମାନ୍ୟବାର ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱନକୁ ସମ୍ମାନ ଜଣାଇ ସମସ୍ତ ବିଜେଡିର ତୃଣମୂଳସ୍ତରର କର୍ମୀ, ନିର୍ବାଚିତ ପ୍ରତିନିଧି, ମାନ୍ୟବର ବିଧାୟକମନେ ନିଜ ନିଜ ଅଂଚଳରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହିତ ଅନ୍ୟମାନଙ୍କୁ ଏଥିରେ ସାମିଲ କରିବା ପାଇଁ ସଞ୍ଜୟ ଦାସ ବର୍ମା ନିବେଦନ କରିଛନ୍ତି।

ଏହି ଅବକାଶରେ ଦାସବର୍ମା କହିଛନ୍ତି, ନବୀନ ସରକାରଙ୍କ ୫ମ ପାଳିର ପ୍ରଥମ ବର୍ଷ ପୁର୍ତି ଆଜି ପୁରଣ ହୋଇଛି। ୫ମ ଥର ପାଇଁ ବିପୁଳ ଭୋଟରେ ନବୀନବାବୁଙ୍କୁ ସେବା କରିବା ପାଇଁ ରାଜ୍ୟବାସୀ ସୁଯୋଗ ଦେଇଛନ୍ତି । ଏହି ଏକ ବର୍ଷ ମଧ୍ୟରେ ନବୀନ ସରକାର ଓ ରାଜ୍ୟବାସୀ ୪ଟି ବଡ ବିପର୍ଯ୍ୟୟ ଯଥା, ଫନି, ବୁଲବୁଲ, କରୋନା ଏବଂ ନିକଟରେ ସଂଗଠିତ ହୋଇଥିବା ଅମ୍ପନର ସଫଳ ମୁକାବିଲା କରିଛନ୍ତି। ଏହି ବିପର୍ଯୟକୁ ଅତ୍ୟନ୍ତ ସଫଳତାର ସହ ମୁକାବିଲା କରି ନବୀନ ସରକାର ରାଜ୍ୟ ପାଇଁ ପ୍ରଶଂସା ଆଣି ପାରିଛନ୍ତି। ସ୍ଵାଧୀନତାର ଅନେକ ବର୍ଷ ପରେ ଏମିତି ଏକ ଲୋକାଭିମୁଖୀ ସରକାର ଯିଏକି ‘ମୋ ସରକାର’ ଓ ‘୫-ଟି’ କାର୍ଯ୍ୟକ୍ରମକୁ ପ୍ରଚଳିତ କରି ନିଜର ଉତ୍ତର ଦାୟିତ୍ୱକୁ ଉପଯୁକ୍ତ ପ୍ରମାଣିତ କରିଛନ୍ତି। ପୁରୀର ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର, କେନ୍ଦ୍ରାପଡ଼ାର ବଳଦେବ ଜିଉ,ସମ୍ବଲପୁର ସମଲେଶ୍ଵରୀ , ଗଞ୍ଜାମର ତାରାତାରିଣୀ, ବାରିପଦାର ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି । ସରକାର ସବୁଠାରୁ ଆହ୍ୱାନର ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟ ସେବାକୁ ଉତର ଦାୟିତ୍ୱର ସହ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟକ ଜିଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି। ସେହିପରି ସର୍ବପୁରାତନ ଏସିବି ମେଡିକାଲ କଲେଜର ନବୀକରଣ ଓ ଉଚ୍ଚତର ସ୍ୱାସ୍ଥ୍ୟସେବା ପାଇଁ ଦେଢ଼ ହଜାର କୋଟି ଟଙ୍କା ବ୍ୟୟରେ ଏହାର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି ଶ୍ରୀ ବର୍ମା କହିଛନ୍ତି।

ସେହିପରି ଦାସବର୍ମା ଆହୁରି ମଧ୍ୟ କହିଛନ୍ତି, ନବୀନ ସରକାର ଗତ ବର୍ଷକ ମଧ୍ୟରେ ବହୁ ବାଧାବିଘ୍ନ ସହିତ ଉତ୍ତମ ମୁକାବିଲା ମାଧ୍ୟମରେ ରାଜ୍ୟର ଶାସନ ବ୍ୟବସ୍ଥା ଓ ରାଜ୍ୟବାସୀଙ୍କ ଧର୍ଯ୍ୟକୁ ସାରା ଦେଶ ଏବଂ ବିଶ୍ୱରେ ଏକ ମଡେଲ ଭାବେ ଉପସ୍ଥାପିତ କରିବାରେ ସ୍ୱତନ୍ତ୍ର ଲାଣ୍ଡମାର୍କ ସୃଷ୍ଟି କରିପାରିଛନ୍ତି। ସବୁ କ୍ଷେତ୍ରରେ ଆମ ରାଜ୍ୟକୁ ଚାରିଆଡୁ ପ୍ରଶଂସା ମିଳୁଛି। ଏହି
ସମୟରେ କୋରୋନାକୁ ମୁକାବିଲା କରୁଛେ । ରାଜ୍ୟବାସୀଙ୍କ ସ୍ଵାର୍ଥ ଓ ଜୀବନ ରକ୍ଷା ରାଜ୍ୟ ସରକାରଙ୍କ ପ୍ରମୁଖ ଦାଇତ୍ୱ ବୋଲି ନବୀନ ସରକାର ଘୋଷଣା କରିଛନ୍ତି।ଏହି କଠିନ ସମୟରେ ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ସମିଳିତ ଉଦ୍ୟମ ଉପରେ ଦାସବର୍ମା ଗୁରୁତ୍ୱ ଦେଇଛନ୍ତି।

Spread the love