ତିନି ରଥର ଚାଲିଛି ଗୟଳ ପ୍ରସ୍ତୁତି କାର୍ଯ୍ୟ

ପୁରୀ : ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଯେତିକି ପାଖେଇ ଆସୁଛି ରଥ ନିର୍ମାଣ କାର୍ଯ୍ୟ ସେହିଭଳି ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ।  ଶୁକ୍ରବାର ୩ ରଥର ଗୟଳ ପ୍ରସ୍ତୁତି କାର୍ଯ୍ୟ ଜୋର ସୋରରେ ଆରମ୍ଭ ହୋଇଛି । ୩ ରଥ ପୋଲ ଗୟଳ କରତ ସେବକଙ୍କ ଦ୍ୱାରା ଚିରଟ ହୋଇ ଚଉପଟ ପାଇଁ ରଥ ଖଳାକୁ ଆସି ଚଉପଟ କାର୍ଯ୍ୟ ଚାଲୁ ରହିଛି । ବାକି ୩ ରଥର ମଝିଲା ଏବଂ ସାନପୋଲ ଗୟଳ ଏବଂ ଛନ୍ଦାଗୟଳ କାଠ ଭୋଇ ସେବକମାନେ ରଥଖଳାରେ ତିନିରଥର ମହାରଣା ସେବକମାନଙ୍କୁ ଯୋଗାଇ ଦେଇଛନ୍ତି ।

ସେ ଗୁଡିକୁ ବାଇସି ଦ୍ୱାରା ସାଇନ ଅନୁସାରେ ଚଉପଟ କାର୍ଯ୍ୟ ଚାଲୁ ରହିଛି । ୩ ରଥର ପୋଲ ଗୟଳ ଏବଂ ଛନ୍ଦାଗୟଳ ଭିନ୍ନ ଭିନ୍ନ ସାଇଜର । ଦେବଦଳନ ରଥରେ ମୋଟ ୮ଟି ଗୟ( ପୋଲଗୟଳ ୪ଟି ଏବଂ ଛନ୍ଦା ଗୟଳ,-୪ଟି) ଲାଗୁ ଥିବାବେଳେ ଏହାର ସାଇଜ ବଡ ଗୋଲଗୟଳ-୨୧ ହାତ ଏବଂ ସାନ-ପୋଲଗୟଳ-୧୮ ହାତ ଏବଂ ଛନ୍ଦାଗୟଳ ବଡ ରୁ ୨୧ ହାତ ଏବଂ ଛନ୍ଦାଗୟଳ ସାନ ୧୮ହାତ ଲାଗିଥାଏ । ସେହିଭଳି ତଳଧ୍ୱଜ ରଥରେ ମୋଟ ୧୨ଟି ଗୟଳ ଲାଗିଥାଏ ।

ପୋଲ ଗୟଳ ୬ଟି ଏବଂ ଛନ୍ଦା ଗୟଳ ୬ଟି ଏିଂ ୬ଟି ଗୟଳର ସାଇଜ ଭିନ୍ନ ଭିନ୍ନ ବଡ ପୋଲ ଗୟଳ-୨୨ ହାରୁ ୨ ଗୋଟି, ମଝିଲା ପୋଲ ଗୟଳ ୧୮୧/୨ ହାତରୁ ୨ ଗୋଟି ଏବଂ ସାନ ପୋଲ ଗୟଳ ୧୭ ହାତରୁ ୨ଟି ମୋଟ ୬ଟି ସେହିପରି ଛନ୍ଦାଗୟଳ, ବଡ, ମଝି ଏବଂ ସାନର ସାଇଜ ପୋଲ ଗୟଳ ସାଇଜ ସହ ସମାନ ରହିଥାଏ ।

ତାଳ ଧ୍ୱଜ ରଥ ପରି ନନ୍ଦିଘୋଷ ରଥର ମୋଟ ୧୨ଟି ଗୟଳ ୧୭ ହାତରୁ ୨ ଗୋଟି ମୋଟ ୬ ଗୋଟି ସେହିପରି ଛନ୍ଦାଗୟଳ ବଡ, ମଝିଲା ଏବଂ ସାନରୁ ଦୁଇଟି ଲେଖାଏଁ ୬ ଗୋଟି ଏହାର ସାଇଜ ପୋଲ ଗୟଳ ସାଇଜ ସହ ସମାନ ଅଟୋ ।

Spread the love