ଆଜି ରାଜ୍ୟବାସୀ ଗାଇବେ ବନ୍ଦେ ଉତ୍କଳ ଜନନୀ

ରାଜ୍ୟର କରୋନା ଯୋଦ୍ଧାଙ୍କ ସମ୍ମାନର୍ଥେ ଆଜି ସନ୍ଧ୍ୟା ସାଢେ ୫ଟାରେ ବନ୍ଦେ ଉତ୍କଳ ଜନନୀର ସମୂହ ଗାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି । ଏମିତିକି କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କ ମହତ କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ ବିଦେଶରେ ଥିବା ସବୁ ଓଡିଆ ମଧ୍ୟ ଏହାକୁ ସମୂହ ଭାବେ ଗାନ ପାଇଁ ଅନୁରୋଧ କରାଯାଇଛି  । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି  ଓଡିଆ ଭାଉଭଉଣୀମାନେ ଯେଉଁଠି ବି ଥାଆନ୍ତୁ ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ଅନୁରୋଧ କରାଯାଇଛି । ସବୁ ଟ୍ରାଫିକ ବନ୍ଦ ରଖିବା ପାଇଁ ବି ଅନୁରୋଧ କରାଯାଇଛି ।  ଏହି କାର୍ଯ୍ୟକ୍ରମକୁ ପାଳନ କରିବା ଲାଗି ଗତ କାଲିଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛି  କମିଶନରେଟ୍ ପୁଲିସ୍‌। ଏଥିପାଇଁ ଗତକାଲି କମିଶନରେଟ୍ ପୁଲିସ୍‌ ମୁଖ୍ୟାଳୟରେ ‘ବନ୍ଦେ ଉତ୍କଳ ଜନନୀ’ ଗୀତର ଅଭ୍ୟାସ କରାଯାଇଥିଲା ।କମିଶନରେଟ୍ ପୁଲିସ୍‌ ବ୍ୟାଣ୍ଡ ପକ୍ଷରୁ ଏହି ଗୀତ ଅଭ୍ୟାସ କରାଯାଇଥିଲା ।  ଏହି ଅବସରରେ ପୁଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସହ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ । ପୂର୍ବତଟ ରେଳପଥ ପକ୍ଷରୁ ମଧ୍ୟ ଏଥିନିମନ୍ତେ ପ୍ରସ୍ତୁତି କରାଯାଇଛି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ, ରେଳ କାର୍ଯ୍ୟାଳୟ, ରେଳ କଲୋନୀ ଯେଉଁଠି ସମବେଦ ଗାୟନ କରାଯାଇପାରିବ, ସେଠାରେ ଗାନ କରିବାକୁ ପୂର୍ବତଟ ରେଲେଓ୍ୱ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Spread the love