ମୁଁ ଗାଇବି, ଆପଣମାନେ ବି ଗାଆନ୍ତୁ: ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ସାରା ବିଶ୍ୱ ଆଜି କରୋନା ସହ ଲଢୁଛି । ଏଥିରୁ ବାଦ ପଡିନି ଓଡିଶା। ଓଡିଶାରେ କରୋନାକୁ ହରାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ କିଛି ମହାନ ବ୍ୟକ୍ତିମାନେ ଦିନରାତି ଲଢେ଼ଇ କରୁଛନ୍ତି। ଏହି ଯୁଦ୍ଧରେ ଯୋଦ୍ଧା ସାଜିଥିବା ପ୍ରତେକ ବ୍ୟକ୍ତିଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱନ କ୍ରମେ ବିଧାୟକ ତଥା ବିଜେଡିର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଓଡ଼ିଶାବାସୀଙ୍କୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି “ମୁଁ ବି ଗାଇବି, ଆପଣମାନେ ବି ଗାଆନ୍ତୁ” ।

ଏହି ଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ସାଜିଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୁଲିସ, ଆଶାଦିଦି, ସରପଞ୍ଚ ଓ ଅଙ୍ଗନବାଡି କର୍ମୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ମନୋବଳ ବଢାଇ ଲାଗି ଆସନ୍ତା ଶନିବାର ସନ୍ଧ୍ୟା ୫.୩୦ ମିନିଟରେ ସମୂହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହି ଆହ୍ୱାନକୁ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ସମର୍ଥନ କରିବା ସହ ସମୂହ ସଙ୍ଗୀତ ଗାନ କରିବାକୁ ଆହ୍ୱାନ ଦେଇଛନ୍ତି । ଏହିକ୍ରମରେ ଓଡ଼ିଶାବାସୀଙ୍କ ପ୍ରିୟନେତା ବବି ଭାଇ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ନିବେଦନ କରିଛନ୍ତି ।

Spread the love