ଚକଲେଟ୍ ଠାରୁ ତୁମ ସ୍ପର୍ଶ ମିଠା…

 ସତରେ ଯୌବନ ହେଉଛି ବସନ୍ତ ପରି । ପ୍ରକୃତିକୁ ଯେମିତି ବସନ୍ତ ଛୁଇଁଲେ ସେ ଚାରିଆଡେ ମହମହ ଫୁଲର ବାସ୍ନା ମହକାଇ ଦିଏ । ଯୌବନର ମାଦକତା ଠିକ୍ ସେମିତି । କେତେ ଦିବା ସ୍ୱପ୍ନରେ ଭରିହୋଇ ଯାଏ ସ୍ପପ୍ନର ଘର । ସେଠି ତମେ ଆଉ ମୁଁ । ଉଠପଡ୍ ଛାତି ଭିତରେ ଦୁଇଟି ନିଶ୍ୱାସ ପୁରା ଶ୍ୱାସ ରୁଦ୍ଧ ହୋଇଯାଏ । ପୁଣି ଗୋଟିଏ ନିଶ୍ୱାସରେ ଦୁହେଁ କିଛି ସମୟ ପାଇଁ ମସଗୁଲ ହୋଇଯାନ୍ତି । ରୋମାନ୍ସରେ ଗୁଞ୍ଜରିତ ହୋଇଯାଏ  ଅନ୍ଧାର କୋଠରୀ । ଦୁଇଟି  ଗରମ ଶରୀରର ଯୁଦ୍ଧରତ ମଣିଷ ଜିତିଯାଇ ପରାଜୟ ସ୍ୱୀକାର କରନ୍ତି । ନା  ସେଠି ବସ୍ତୁ  ଭଲଲାଗେ ନାଁ କୌଣସି ଦ୍ରବ୍ୟ। ଚକଲେଟ କଥା ତ ବହୁ ଦୂରରେ ।

ଆଜି ଚକେଲେଟ୍‌ ଡେ’, । ପ୍ରେମଟା ପରା ଚକଲେଟ୍‌ ପରି। କ’ଣ ଭାବୁଛନ୍ତି, ଠିକ୍‌ ତ? ଯଦି ଠିକ୍‌, ତା ହେଲେ ଚକଲେଟ୍‌ ଦେବାକୁ ଡେରି କରନ୍ତୁନି। କାରଣ ଚକଲେଟ୍‌ ଯେତିକି ମିଠା, ତାଙ୍କ ହସ ତା’ ଠୁ ଢେର ଅଧିକ। ଆଉ ମିଠା ହସ ଟିକକ ଆଖିଭରି ଚାଖିବାକୁ ଯେମିତି ଡେରି ହୋଇ ନ ଯାଏ।

ଖାଲି ଚକଲେଟ ଦେଇଦେଲେ ପ୍ରେମ ପାଇହୁଏନି । ସେଠି ପବିତ୍ରତା ଦରକାର । ବହୁତ ଧୌର୍ଯ୍ୟ ଓ ବିଶ୍ୱାସ ଦରକାର । ଅନେକ ସ୍ନେହ ଓ ଅସରନ୍ତି ଭଲ ପାଇବା ଲୋଡା । ଯେମିତି ଆପଣଙ୍କ ପ୍ରେମିକା ବା ସାଥୀ ଆପଣଙ୍କ ଠାରୁ ଆଶା କରିନ୍ତି । ଏତିକି ଦେଇକି ଦେଖନ୍ତୁ ତ । ଆଉ ଚକଲେଟ ଦେବାକୁ ପଡିବନି । କେବଳ ଆପଣଙ୍କ ଉପସ୍ଥିତି ଚକଲେଟ ଠାରୁ ଆହୁରି ମିଠା ଲାଗିବ ।

Spread the love