‘ରାଜ୍ୟରେ ଜୁନ୍ ୧୭ ତାରିଖରୁ ସ୍କୁଲ୍‌ ଖୋଲିବ ନାହିଁ’ : ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ଜୁନ୍ ୧୭ ତାରିଖରୁ ସ୍କୁଲ୍‌ ଖୋଲିବ ନାହିଁ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି, ଗତକାଲି କେନ୍ଦ୍ରର ନୂଆ ଗାଇଡ୍‌ଲାଇନ୍‌ ଆସିଛି। ସେହି ଅନୁସାରେ ଜୁନ୍ ୧୭ରୁ ରାଜ୍ୟରେ ସ୍କୁଲ୍‌ ଖୋଲିବନି।ଶ୍ରୀ ଦାସ କହିଛନ୍ତି, ରାଜ୍ୟରେ କରୋନା ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନେଇ ମନ୍ତ୍ରୀ ପରିଷଦ ବୈଠକରେ ଆଲୋଚନା ହୋଇଥିଲା। ଜୁନ୍‌ ୧୭ରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫାଇଲ୍ ବି ଯାଇଛି। କିନ୍ତୁ ଗତକାଲି କେନ୍ଦ୍ର ସରକାରଙ୍କ ଲକ୍‌ଡାଉନ୍‌ ୫ର ଗାଇଡ୍‌ଲାଇନ୍ ଆସିଛି। ଏଥିରେ ସ୍କୁଲ ଓ କଲେଜ ଖୋଲିବା ନେଇ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ସେହି ଦୃଷ୍ଟି କୋଣରୁ ଜୁନ୍ ୧୭ରେ ସ୍କୁଲ ଖୋଲିବ ନାହିଁ।ସୂଚନାଯୋଗ୍ୟ, ଜୁଲାଇରେ କରୋନାର ସ୍ଥିତି ଦେଖିବା ପରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ସହ ଆଲୋଚନା କରିବା ପରେ ସ୍କୁଲ୍ ଓ କଲେଜ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଗତକାଲି ଗାଇଡ୍‌ଲାଇନ୍ ଜାରି ବେଳେ କୁହାଯାଇଥିଲା।

Spread the love