ବିଜେପିରୁ ଇସ୍ତଫା ଦେଲେ ଜଗନ୍ନାଥ

ବିଜେପିରୁ ଇସ୍ତଫା ଦେଲେ ଜଗନ୍ନାଥ ପ୍ରଧାନ। ଭୁବନେଶ୍ୱର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଲେ ଜଗନ୍ନାଥ। ସଭାପତି ଚୟନ ନେଇ ମତାମତ ନିଆଯାଇନଥିବା କହିଲେ ଜଗନ୍ନାଥ। ଏନେଇ ସେ ନିଜ ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ରାଜନୀତି କରିହେବନି । ଗତ ନିର୍ବାଚନରେ ଭୁବନେଶ୍ୱର ମଧ୍ୟରୁ ପ୍ରାର୍ଥୀ ହୋଇଥିଲେ ଜଗନ୍ନାଥ। ନିର୍ବାଚନ ରାଲିରେ ତାଙ୍କ ଗାଡି ଉପରକୁ ଆକ୍ରମଣ ହୋଇ ଥିଲା। ବୋମାମାଡରେ ଜଗନ୍ନାଥଙ୍କ ଗାଡିର କାଚ ଭାଙ୍ଗି ଚୁରମାର ହୋଇ ଥିଲା । ଏଥିରୁ ବର୍ତ୍ତି ଯାଇଥିଲେ ଜଗନ୍ନାଥ ପ୍ରଧାନ ।

Spread the love