୯ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଅବ୍ୟାହତି ଦେଲେ ରାଜ୍ୟ ସରକାର

ରାଜ୍ୟ ସରକାର ୯ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ କୋଭିଡ-୧୯ ଦାୟିତ୍ୱରୁ ଅବ୍ୟାହତି ଦେଇଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ନିର୍ଦ୍ଦେଶନାମାରେ ଏହି ସୂଚନା ଦିଆଯ‌ାଇଛି। ଏହି ଆଇଏଏସ୍ ଅଧିକାରୀମାନେ ହେଲେ ଅନୁ ଗର୍ଗ , ଆର ଭିନିଲ କ୍ରିଷ୍ଣା, ସୁରେନ୍ଦ୍ର କୁମାର, ବିଶାଲ କୁମାର ଦେବ, ଡ. କ୍ରିଷନ୍ କୁମାର, ଅରବିନ୍ଦ ଅଗ୍ରଓ୍ଵାଲ,ସଚିନ ରାମଚନ୍ଦ୍ର ଯାଦବ, ଭୁପେନ୍ଦ୍ର ସିଂହ ଯାଦବ ଓ ରଶ୍ମିତା ପଣ୍ଡା।

ସୂଚନା ଅନୁସାରେ, ଶ୍ରମ ଓ ଇଏସ୍‌ଆଇ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଓ ଓଡ଼ିଶା ମାଇନିଂ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଆର ଭିନିଲ କ୍ରିଷ୍ଣାଙ୍କୁ କୋଭିଡ୍ -୧୯ ପରିଚାଳନା ଦାୟିତ୍ବରୁ ଅନ୍ତର କରାଯାଇଛି।  ଅନୁ ଗର୍ଗ କୋଭିଡ-୧୯ ପରିଚାଳନାରେ ଇଏସଆଇ କାମ ଓ କୋଭିଡ-୧୯ ସଂପର୍କିତ ତାଲିମ ପ୍ରଦାନ କରିବା ଦାୟିତ୍ୱରେ ଥିବା ବେଳେ ଭିନିଲ କ୍ରିଷ୍ଣା ସିଏମଓର ମୁଖ୍ୟ ପରାମର୍ଶଦାତାଙ୍କର ଓଏସଡି ଦାୟିତ୍ୱ ତୁଲାଉଥିଲେ।

Spread the love