ଛଉ ନୃତ୍ୟଶିଳ୍ପୀ ଚନ୍ଦ୍ରକାନ୍ତ ଧଡ଼ାଙ୍କ ପରଲୋକ

ମୟୂରଭଞ୍ଜ ଜିଲ୍ଲାର ବର୍ଷିଆନ ତଥା ସୁନାମଧନ୍ୟ ଛଉ ନୃତ୍ୟଶିଳ୍ପୀ ଚନ୍ଦ୍ରକାନ୍ତ ଧଡ଼ାଙ୍କ ୭୦ ବର୍ଷ ବୟସରେ ଆଜି ତାଙ୍କର ବାରିପଦା ପୌରପରିଷଦସ୍ଥିତ ଭୁଗୁଡ଼ାକଟା ବାସଭବନରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ଧଡ଼ା ବିଗତ ଷାଠିଏ ଦଶକରୁ ନୃତ୍ୟ ଆରମ୍ଭ କରି ଦୀର୍ଘ ୩୦ ବର୍ଷରୁ ଅଧିକ ବାରିପଦା ଦକ୍ଷିଣସାହି ଛଉନୃତ୍ୟ ମନ୍ଦିର ପକ୍ଷରୁ ନୃତ୍ୟ ପ୍ରଦର୍ଶନ କରି ଆସିଥିଲେ।

ପୂର୍ବରୁ ଛଉ ନୃତ୍ୟ ଦଳରେ ନାରୀ ଚରିତ୍ରରେ ପୁରୁଷମାନେ ନୃତ୍ୟ ପ୍ରଦର୍ଶନ କରୁଥିବା ସମୟରେ ସ୍ୱର୍ଗତ ଧଡ଼ା କୀରାତ ଅର୍ଜୁନ, ମାୟା ଶବରୀ, ବଂଶୀ ଚୋରୀ, ନିଶିଥ ମିଳନ, ବଗ ପଞ୍ଚମୀ, ଧ୍ୱଜାତାଳ, ବାଉଲ କୃଷ୍ଣ ଓ ଦୁଷ୍ମନ୍ତ ଶକୁନ୍ତଳା ଆଦି ନୃତ୍ୟଗୁଡ଼ିକରେ ପ୍ରମୁଖ ନାରୀ ଚରିତ୍ରଗୁଡ଼ିକରେ ନୃତ୍ୟ ପ୍ରଦର୍ଶନ କରୁଥିଲେ। ସେ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଆସୁଥିଲେ।

Spread the love