ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀସ୍ଥିତ ବାସଭବନ ପରିସରରେ ପରିବାର ସଦସ୍ୟଙ୍କ ସହ ବୃକ୍ଷରୋପଣ କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି। ଶ୍ରୀ  ପ୍ରଧାନ କହିଛନ୍ତି ଯେ ଗଛଗୁଡିକ ସୁନ୍ଦର ଏବଂ ଜୀବନ ମଧ୍ୟ ଦେଇଥାଏ । ବିଶ୍ୱକୁ ଅଧିକ ସୁନ୍ଦର  କରିବାପାଇଁ ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି । ତେଣୁ ଗୋଟିଏ ଗଛ ଲଗାଇ ଗୋଟିଏ  ଜୀବନ ଦେବାକୁ ସେ ଜନସାଧାରଣ ମାନଙ୍କୁ ପରାମର୍ଶ ଦେଇଛନ୍ତି।

Spread the love