ଗଜପତି ମହାରାଜାଙ୍କ ସହ କଥା ହେଲେ ଅମିତ ଶାହା

ଭୁବନେଶ୍ୱର,୨୨/୦୬: ସୁପ୍ରିମକୋର୍ଟରେ ରଥଯାତ୍ରା ନେଇ ଶୁଣାଣି ଜାରି ରହିଛି। ପୁରୀରେ ତିନିରଥ ଉପରେ ଆଜ୍ଞାମାଳ ବିଜେ ହୋଇଛି । ଏହାସହିତ ବିଭିନ୍ନ ନୀତିକାନ୍ତି ମଧ୍ୟ ଜାରି ରହିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରଥଯାତ୍ରା ନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣିରେ ବିନା ଭକ୍ତରେ ରଥଯାତ୍ରା କରିବାକୁ କେନ୍ଦ୍ର ସମର୍ଥନ ଜଣାଇଛି । କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ଏନେଇ ତଥ୍ୟ ରଖିଛନ୍ତି ।

ସେପଟେ ଗଜପତି ମହାରାଜାଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗଜପତିଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ମହାପ୍ରଭୁଙ୍କ ନୀତିକାନ୍ତି ତଥା ରଥଯାତ୍ରା  ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି।ଏନେଇ ବିଜେପି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି ।

Spread the love