ସାଢେ ୪ କୋଟି ଓଡିଆ ଲୋକଙ୍କ ବିଜୟ – ଧର୍ମେନ୍ଦ୍ର ପ୍ରଧାନ

ଅଗଣିତ ଜନତାଙ୍କ ବିଶ୍ୱାସ ଓ ଭାବାବେଗକୁ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସବୁବେଳେ ଆଗୁଆ ।
ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରଦ୍ଧା, ଭକ୍ତି, ଆସ୍ଥା ଓ ସମ୍ମାନର ଅସରନ୍ତି ଉତ୍ସ ।
ରଥଯାତ୍ରା ପାଇଁ ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ, ରାଜ୍ୟ ସରକାର, ଛତିଶାନିଯୋଗ,ସେବାୟତ ଏବଂ
ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କ ପ୍ରାଥନା ଓ ଉଦ୍ୟମ ପାଇଁ ଧନ୍ୟବାଦ ।
ଭୁବନେଶ୍ୱର, ପୁରୀରେ ରଥଯାତ୍ରା ପାଇଁ ସପ୍ରିମକୋର୍ଟଙ୍କ ଅନୁମତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ । ଏହା ସାଢେ ୪ କୋଟି ଓଡିଆଙ୍କ ବିଜୟ ଏବଂ ସେମାନଙ୍କ ଦୃଢ ଇଚ୍ଛାଶକ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସାଢେ ୪ କୋଟି ଓଡିଆ ଏବଂ ସାରା ବିଶ୍ୱରେ କୋଟି କୋଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଭାବାବେଗକୁ  ସମ୍ମାନ ଦେଇଥିବାରୁ ମାନ୍ୟବର ସୁପ୍ରିମକୋର୍ଟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ପ୍ରଧାନ ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ରଥଯାତ୍ରା କେବଳ ଗୋଟିଏ ଉତ୍ସବ ନୁହେଁ ବରଂ  ଭାବାବେଗର ଅବିଚ୍ଛେଦ୍ୟ ଅଙ୍ଗ । ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରଦ୍ଧା, ଭକ୍ତି, ଆସ୍ଥା ଓ ସମ୍ମାନର ଅସରନ୍ତି ଉତ୍ସ । ଅଗଣିତ ଜନତାଙ୍କର ବିଶ୍ୱାସ, ପରମ୍ପରା, ଭାବାବେଗକୁ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସବୁବେଳେ ଆଗୁଆ । ବିନା ଭକ୍ତ ସମାଗମରେ ପୁରୀରେ ରଥଯାତ୍ରା ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ । ସର୍ତମୂଳକରେ ରଥଯାତ୍ରା କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେଇଥିବା ବେଳେ ରାଜ୍ୟ ସରକାର ଏହାକୁ ସଠିକ୍ ପରିଚାଳନା କରିବେ ବୋଲି ଦୃଢ ବିଶ୍ୱାସ ରହିଛି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ ରଖୁଥିବା ସମ୍ଭାବ୍ୟ ଅପେକ୍ଷାକୁ ମଧ୍ୟ ପୂରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ରଥଯାତ୍ରା ପାଇଁ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ରାଜ୍ୟ ସରକାର, ଛତିଶାନିଯୋଗ, ସେବାୟତ ଏବଂ ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କ ପ୍ରାଥନା ଓ ଉଦ୍ୟମ ପାଇଁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି ।

Spread the love