ଖୋଲିଲା କଳାଭୂମିର ବିକ୍ରୟ କେନ୍ଦ୍ର

ଭୁବନେଶ୍ୱର: ଭୁବନେଶ୍ୱରର ପୋଖରୀପୁଟସ୍ଥିତ ଶିଳ୍ପୀଗ୍ରାମଠାରେ ‘କଳାଭୂମି’-ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟର  ବିକ୍ରୟ କେନ୍ଦ୍ର ରହିଛି । ସରକାରଙ୍କ ସମସ୍ତ ନିୟମକୁ ଧ୍ୟାନରେ ରଖି ସାମାଜିକ ଦୂରତ୍ୱ ସହ ଅନ୍ୟାନ୍ୟ ସୁରକ୍ଷା  କଟକଣାକୁ ବଜାୟ ରଖି କଳାଭୂମିର ବିକ୍ରୟ କେନ୍ଦ୍ର ଖୋଲାଯାଇଛି ।

ଏଠାରେ ଓଡ଼ିଶାର ସୁନାମଧନ୍ୟ  କାରିଗରଙ୍କର କାରିଗରୀ ଯଥା ହସ୍ତଶିଳ୍ପ ଓ ହସ୍ତତନ୍ତର ବିଭିନ୍ନ ସାମଗ୍ରୀ ଗ୍ରାହକଙ୍କ ନିମନ୍ତେ ଉପଲବ୍ଧ ରହିଛି ।  ଏହି ଲକ୍‌ ଡାଉନ୍‌ ସମୟରେ କାରିଗରଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ପାଇଁ କଳାଭୂମି ପକ୍ଷରୁ ଏଭଳି  ପଦକ୍ଷେପ ନିଆଯାଇଛି । ଏହା ଦିବା ୧୦ ଘଟିକାଠାରୁ ଅପରାହ୍ନ ୫  ଯାଏ ଖୋଲା ରହୁଛି । ଆଗ୍ରହୀ ଗ୍ରାହକ କଳାଭୂମି ବିକ୍ରୟ କେନ୍ଦ୍ରରୁ ଆବଶ୍ୟକୀୟ ସାମଗ୍ରୀ କ୍ରୟ କରିପାରିବେ ।

Spread the love