କିନ୍ନରଙ୍କୁ ମିଳିବ ମଧୁବାବୁ ପେନସନ

ଏଥର ରାଜ୍ୟର ସମସ୍ତ କିନ୍ନରମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରାପ୍ତ ହେବ । ଏନେଇ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଜାରି କରିଛନ୍ତି । କିନ୍ନଙ୍କର ବୟସ ଅନୁସାରେ ୫ ଶହରୁ ୯ ଶହ ଟଙ୍କା ପର୍ଯ୍ୟନ୍ତ ଭତ୍ତା ମିଳି ପାରିବ । ଏନେଇ ବିଭାଗୀୟ ମନ୍ତ୍ରୀ କିନ୍ନରମାନଙ୍କୁଚ ଆବେଦନ କରିବାକୁ କହିଛନ୍ତି । ଉକ୍ତ ଯୋଜନାରେ ରାଜ୍ୟର ପ୍ରାୟ ୬ ହଜାର କିନ୍ନର ଉପକୃତ ହେବେ ।

ଏଥିସହ ମଧୁବାବୁ ପେନସନ ଯୋଜନାରେ ରାଜ୍ୟର ହିତାଧିକାରୀମାନଙ୍କୁ ଏଥରଆଉ ଅଧିକ ୧ ହଜାର ଟଙ୍କା ମିଳିବ । ରାଜ୍ୟର ୪୮ ଲକ୍ଷ ହିତାଧିକାରୀଙ୍କୁ ଆଉ ୧ ହଜାର ଟଙ୍କା ଲେଖାଏଁ ମିଳିବ । ଏନେଇ ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।ସେ କହିଛନ୍ତି , ଟଙ୍କା ଆସି ସାରିଛି । ଖୁବ୍ ଶ୍ରୀଘ୍ର ଟଙ୍କା ଦେବା ପାଇଁ ବ୍ୟବସ୍ଥା କରାଯିବ । ଏହା ପୂର୍ବରୁ ପ୍ରତ୍ୟେକ ହିତାଧିକାରୀଙ୍କୁ ୪ମାସ ପାଇଁ ୧ ହଜାର ଟଙ୍କା ଲେଖାଏଁ ମିଳିଥିଲା।

Spread the love