ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ ତୃତୀୟ ଲିଙ୍ଗୀ ଉନ୍ନୟନ ପରିଷଦ

ଆମ ମାନଙ୍କର ତଥା ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆମ୍ଭେ କିନ୍ନର ସଙ୍ଗ ତରଫରୁ ଧନ୍ୟବାଦ୍ ଅର୍ପଣ କରୁଛୁl କିନ୍ନର ମାନଙ୍କ ସାମଗ୍ରିକ ବିକାଶପାଇଁ ଅହରହ ପ୍ରଚେଷ୍ଟା ଓ ପଦକ୍ଷେପ ସାରା ଭାରତ ବର୍ଷରେ ଅନନ୍ୟ। ଆଗରୁ କିନ୍ନର ମାନଙ୍କ ଖାଦ୍ୟ ସୁରକ୍ଷା ଯୋଜନା ହେଉ କିମ୍ବା ସେମାନଙ୍କୁ ସେମାନଙ୍କର SHG ମାଧ୍ୟମରେ ବିଭିନ୍ନ ଜୀବନ ଜୀବିକା ପାଇଁ ନେଇଥିବା ପଦକ୍ଷେପ ସମଗ୍ର ଭାରତବର୍ଷରେ ଉଦାହରଣ । ଯେଉଁଥିପାଇଁ ଆଜି ସମଗ୍ର ଭାରତବର୍ଷରେ କିନ୍ନର ମାନଙ୍କର ଉନ୍ନତି ପାଇଁ କରାଯାଉଥିବା ଯେ କୌଣସି କାର୍ଯ୍ୟ ପୂର୍ବରୁ ଓଡ଼ିଶାକୁ ଉଦାହରଣ ରୁପେ ପାଳନ କରାଯାଇ ଆସୁଅଛି । ଆଜି ଜୁଲାଇ ୩ ତାରିଖ ୨୦୨୦ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କର କିନ୍ନର ମାନଙ୍କ ପ୍ରତି ଏକ ଯୁଗାନ୍ତକାରୀ ପଦକ୍ଷେପ(ସମଗ୍ର ରାଜ୍ୟ ରେ ଥିବା କିନ୍ନର , ତ୍ରୁତୀୟ ଲିଙ୍ଗ ବ୍ୟକ୍ତି ଓ transgender ସମୁଦାୟ କୁ ମଧୁବାବୁ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ କରି , କିନ୍ନର ମାନଙ୍କୁ ସମାଜ ର ମୁଖ୍ୟସ୍ରୋତରେ ସାମିଲ ହେବା ଓ ସେମାନଙ୍କ ଜୀବନ ଶୈଳୀ ରେ ଏକ ଉର୍ନତ ପରିବର୍ତନ ଆଣିବ !

Spread the love