ଆସନ୍ତାକାଲି ମାଲକାନଗିରି ଗସ୍ତ କରିବ ବିଜେପି ପ୍ରତିନିଧୀଦଳ

ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ରାଜ୍ୟ ବିଜେପି ଉପ ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ମଣ୍ଡଳ ଘଟଣା ସ୍ଥଳକୁ ଯାଇ ସରଜମିନ ତଦନ୍ତ କରିବ । ଆସନ୍ତାକାଲି ପ୍ରତିନିଧୀ ଦଳ ମାଲକାନଗିରି ଗସ୍ତ କରିବେ ଏବଂ ମଙ୍ଗବାର ଦିନ ଘଟଣାସ୍ଥଳକୁ ଯାଇ ପୀଡିତାଙ୍କ ପରିବାର, ସ୍ଥାନୀୟ ପ୍ରଶାସନ, ପୋଲିସ ଅଧିକାରୀଙ୍କୁ ଭେଟି ଘଟଣା ସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିବେ ।ମାଲକାନଗିରି ମହିଳା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ୬୦ ଦିନ ଭିତରେ ଚାର୍ଜସିଟି ଫାଇଲ ହେବା କଥା । ଏହା ସହ ତୁରନ୍ତ ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାର ବ୍ୟବସ୍ଥା ଥିବାବେଳେ ରାଜ୍ୟସରକାର ଚୁପ୍ ରହିଛନ୍ତି । ମାଲକାନଗିରି ଘଟଣା କୁନ୍ଦୁଲୀ ଘଟଣାର ପୁନରାବୃତି । ଦୁଇ ମାସ ସମୟ ପରେ ବି ପୋଲିସ ମୃତା ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ବି ସାର୍ବଜନୀନ କରୁନାହିଁ । ମାଲକାନଗିରି ଘଟଣାରେ ପୀଡିତାର ମୃତ୍ୟୁ ହେବା ପରେ ବି କୌଣସି ବରିଷ୍ଠ ପୋଲିସ ଅଧିକାରୀ ଦୋଷୀଙ୍କୁ ଧରିପାରିଲେ ନାହିଁ । ଏସସି ଏସଟି ଏଟ୍ରୋସିଟି ଆକ୍ଟ ଅନୁଯାୟୀ ଅପରାଧୀଙ୍କୁ ଗିରଫ କରିବା, ପୀଡିତାଙ୍କୁ ଯଥାଯୋଗ୍ୟ ନ୍ୟାୟ ଏବଂ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ବିଜେପି ବାରମ୍ବାର ଦାବି କରୁଥିଲେ ବି ପୋଲିସ ଘଟଣାକୁ ଚପେଇ ଦେବାକୁ ଉଦ୍ୟମ ଚଲାଇଛି ।ଆସନ୍ତାକାଲି ବିଜେପି ପ୍ରତିନିଧୀ ମଣ୍ଡଳରେ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ବିଧାୟକ ଆଦିତ୍ୟ ମାଢି ଓ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ବବିତା ପାତ୍ର ପ୍ରମୁଖ ୬ ଜଣିଆ ପ୍ରତିନିଧୀ ଦଳ ମାଲକାନଗିରି ଗସ୍ତ କରିବେ ।

 

Spread the love