ଆସନ୍ତା ୩୧ ତାରିଖ ଯାଏଁ ଖୋଲିବନି ଖଣ୍ଡଗିରି , ଉଦୟଗିରି

ରାଜ୍ୟରେ ଖୋଲିବନି ଦର୍ଶନୀୟ ସ୍ଥାନ । ଖଣ୍ଡଗିରି , ଉଦୟଗିରି ସମେତ ୯ଟି ଐତିହ୍ୟ କୀର୍ତ୍ତିରାଜି ବନ୍ଦ ରହିବ । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଆସନ୍ତା ୩୧ ତାରିଖ ଯାଏଁ ଏହି ସବୁ ସ୍ଥାନକୁ ବନ୍ଦ ରଖାଯିବ । ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ଏହି ସବୁକୁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଏଏସଆଇ ଓଡ଼ିଶା ସର୍କଲ ମୁଖ୍ୟଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଲେଖିଛନ୍ତି । ତେବେ ରାଜ୍ୟରେ କରୋନା ସ୍ଥିତିକୁ ନେଇ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଦାର୍ଶନିକ ସ୍ଥଳୀକୁ ଖୋଲିବାକୁ ବନ୍ଦ କରାଯାଇଛି । ଗତକାଲି ଏଏସଆଇ ଓଡ଼ିଶା ସର୍କଲ ତରଫରୁ କୁହାଯାଇଥିଲା ଯେ , ଆସନ୍ତା କାଲିଠାରୁ ଖଣ୍ଡଗିରି , ଉଦୟଗିରି ଗୁମ୍ଫା ,ଧଉଳି , ଅଶୋକ ଶିଳାଲେଖ, ରାଜରାଣୀ ମନ୍ଦିର , ବାରବାଟୀ ଦୁର୍ଗ , ଲଳିତଗିରି , ରତ୍ନଗିରି , ଝରିଆଳ ଚଉଷଠି ଯୋଗିନୀ ମନ୍ଦିର , ଅସୁରଗଡ଼ ଦୁର୍ଗ ଖୋଲିବ ।

Spread the love