ପୁଣି ରାଜଧାନୀରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ରାଜଧାନୀ ଭୁବନେଶ୍ୱରୁର ପୁଣି ୨୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ଅନ୍ୟ ୧୪ ଜଣ ସ୍ଥାନୀୟ ଅଂଚଳର ଥିବା ଜଣାପଡିଛି । ସେହିପରି ଜଣେ କୋଭିଡ ଯୋଦ୍ଧା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଥିସହ ରାଜଧାନୀରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି ।

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୪ଜଣଙ୍କ ମଧ୍ୟରୁ ଜଣେ ୪୬ବର୍ଷୀୟ ପୁରୁଷ ଡୁମୁଡୁମା ଅଞ୍ଚଳର ସୁବାସ ନଗର ବସ୍ତିରୁ ଚିହ୍ନଟ ହୋଇଛନ୍ତି । ସେହିପରି ଖଣ୍ଡଗିରିରୁ ଜଣେ ୩୭ ବର୍ଷୀୟ ମହିଳା, ଘରୋଇ ହସ୍ପିଟାଲରୁ ୨୫, ୨୪ ବର୍ଷୀୟ ଯୁବତୀ, ୟୁନିଟ-୫ କେଶରିନଗର ବସ୍ତିରୁ ୩୩ବର୍ଷୀୟ ମହିଳା, ୟୁନିଟ-୧ର ବଏଜ ହାଇସ୍କୁଲ ନିକଟସ୍ଥ ଜଣେ ୪୨ବର୍ଷୀୟ ପୁରୁଷ, ଘରୋଇ ହସ୍ପିଟାଲରୁ ଜଣେ ୨୨ବର୍ଷୀୟ ଯୁବତୀ, ବଡ଼ଗଡ଼ ସ୍ଥିତ ବ୍ରିଟ କଲୋନୀର ଜଣେ ୩୭ ବର୍ଷୀୟ ମହିଳା, ବୋମିଖାଲର ଜୟ ଦୁର୍ଗାନଗରରୁ ଜଣେ ୨୯ ବର୍ଷୀୟ ଯୁବକ, ବରମୁଣ୍ଡାର ଟେଲ୍କା କଲୋନୀରୁ ଜଣେ ୨୨ବର୍ଷୀୟ ଯୁବକ, ସହିଦ ନଗରରୁ ଜଣେ ୩୭ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭୯ରେ ପହଂଚିଛି । ଏଥିରୁ ୨୭୭ ଜଣ ସୁସ୍ଥ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୯୫ଟି ଆକ୍ଟିଭ କେସ୍ ରହିଛି ।

Spread the love