‘ଜୀବନ ସେତେବେଳେ ସାର୍ଥକ ହେବ ଯଦି ଗୋଟିଏ ମଣିଷ ଅନ୍ୟକୁ ନିଃସ୍ୱାର୍ଥପର ଭାବରେ ସାହାଯ୍ୟ କରିବ’

ଭୁବନେଶ୍ୱର, ୭/୦୭/୨୦: ‘‘ଜୀବନ ସେତେବେଳେ ସାର୍ଥକ ହେବ ଯଦି ଗୋଟିଏ ମଣିଷ ଅନ୍ୟକୁ ନିଃସ୍ୱାର୍ଥପର ଭାବରେ ସାହାଯ୍ୟ କରିବ’’ । ଦେଶବ୍ୟାପୀ କରୋନାର ପ୍ରଭାବକୁ ନେଇ ସୋଆ ତରଫରୁ ଆୟୋଜିତ ଓ୍ୱେବିନାର ରେ ଏଭଳି ମନ୍ତବ୍ୟ ରଖିଛନ୍ତି ଖ୍ୟାତିସମ୍ପନ୍ନ ସାମ୍ୱାଦିକ ତଥା ପୂର୍ବତନ ସାଂସଦ ତରୁଣ ବିଜୟ ।

ଶ୍ରୀ ବିଜୟ  କହିଛନ୍ତି ଯେ, କରୋନା ପରି ମହାମାରୀ ଭାଇରସ୍‌ ବିରୁଦ୍ଧରେ ଲଢେଇକୁ ଅଧିକ ଶାଣିତ କରିବା ପାଇଁ ଦୟା ଓ ସେବା ମନୋଭାବ ଜରିଆରେ ଅନ୍ୟମାନଙ୍କ ନିକଟରେ ନିଜକୁ ସମର୍ପିତ କରିବାର ଆବଶ୍ୟକତା ରହିଛି । ଜଣେ ଭାରତୀୟ ଧାର୍ମିକ ମହିଳା ସବୁବେଳେ ଅନ୍ୟମାନଙ୍କ ଉପକାର ପାଇଁ କଠୋର ପରିଶ୍ରମ ଓ ତ୍ୟାଗ ବଳରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥାଏ ବୋଲି ସେ କହିଥିଲେ ।

‘ଆନ୍‌ସିଏଣ୍ଟ ଇଣ୍ଡିଆନ ଉଇଜଡମ: ସର୍ବେ ଭବନ୍ତୁ ସୁଖିନ୍ନ ଇନ ଦ ପ୍ରେଜେଣ୍ଟ ସିନାରିଓ’ ବିଷୟରେ ସ୍କୁଲ ଅଫ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ ତରଫରୁ ଓ୍ୱେବିନାର ସପ୍ତମ ପର୍ଯ୍ୟାୟର ପ୍ରକରଣର ଆୟୋଜନ କରାଯାଇଥିଲା ।

ଅଧ୍ୟାପକ ଅମିତାଭ ଘୋଷ, ବୈଜ୍ଞାନିକ, ନ୍ୟାସନାଲ ଏକାଡେମୀ ଅଫ୍‌ ସାଇନ୍ସ, ଆହ୍ଲାହାବାଦ ଏବଂ ପୂର୍ବତନ ଡାଇରେକ୍ଟର, ଆଇଆଇଟି, ଖଡ଼ଗପୁର, ଡ. ଆର.ପି ରାୟ, ନ୍ୟାସନାଲ୍‌ ଭାଇସ-ପ୍ରେସିଡେଣ୍ଟ, ଭାରତୀୟ ଶିକ୍ଷାଣ ମଣ୍ଡଳ, ନାଗପୁର ଏବଂ ପୂର୍ବତନ ଡିନ୍‌, ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ, ପଣ୍ଡିଚେରୀ ୟୁନିଭର୍ସିଟି, ଡ. ବ୍ୟୋମକେଶ ତ୍ରିପାଠୀ, ଭାଇସ-ଚାନ୍‌ସେଲର, ଉତ୍କଳ ୟୁନିଭର୍ସିଟି ଅଫ କଲ୍ଚର, ଡ. ସରଜୁ ରଥ, ସିନିୟର ଗବେଷକ, ଇଣ୍ଟରନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଏସିଆନ୍‌ ଷ୍ଟଡିଜ୍‌, ଲେସଡେନ, ନେଦରଲାଣ୍ଡ୍‌ସ, ଏବଂ ଡଃ ପ୍ରଫୁଲ କୁମାର ମିଶ୍ର, ଚାନ୍‌ସେଲର, ଡଃ ରାଜେନ୍ଦ୍ର ପ୍ରସାଦ ସେଣ୍ଟ୍ରାଲ୍‌ ଏଗ୍ରିକଲ୍ଚରାଲ୍‌ ୟୁନିଭର୍ସିଟି, ପୁସା ପ୍ରମୁଖ ଏହି ଓ୍ୱେବିନାରର୍‌ରେ ଅଂଶଗ୍ରହଣ କରିଥିଲେ ।

ଡଃ ସୁଦେଭ ପ୍ରିତମ ବାସୁ, ଡେପୁଟି ପ୍ରୋକ୍ଟର, ବିଶ୍ୱ ଭାରତୀ ୟୁନିଭର୍ସିଟି, ଶାନ୍ତିନିକେତନ ଆଲୋଚନାକୁ ପରିଚାଳନା କରିଥିଲେ । ଜ୍ଞାନ ମାନବ ସମାଜର ଶ୍ରେଷ୍ଠ ତତ୍ତ୍ୱ ବୋଲି ଏହି ଆଲୋଚ୍ୟ ବିଷୟବସ୍ତୁକୁ ଉପସ୍ଥାପନା କରିଥିଲେ ଅଧ୍ୟାପକ ସିଥିକାନ୍ଥ ମିଶ୍ର, ଆଡ୍‌ଭାଇଜର-କମ୍‌-ଡିନ୍‌, ଏସଏଚଏମ୍‌ । ନୈତିକ ଜ୍ଞାନର ସୁବିନିଯୋଗ କଲେ ସମଗ୍ର ମାନବଜାତି ଏକତାର ସୂତ୍ରରେ ବାନ୍ଧି ହୋଇ ରହିପାରିବ ବୋଲି ସେ କହିଥିଲେ ।

ଦିନକ ପୂର୍ବରୁ ଏସଏଚଏମ ଆହୁରି ମଧ୍ୟ ଏକ ଓ୍ୱେବିନାର ପରିଚାଳନା କରିଥିଲେ ଯାହାର ବିଷୟବସ୍ତୁ ଥିଲା ‘ଇଣ୍ଡିଆନ ଇଥୋସ ଅନ ସିଟିଜେନ୍‌ସ ସୋସିଆଲ ରେସପନ୍ସିବିଲିଟି ଫର ମ୍ୟାନେଜିଂ ଦ ପ୍ରେଜେଣ୍ଟ ଗ୍ଲୋବାଲ୍‌ କ୍ରାଇସିସ୍‌’ । ଅଧ୍ୟାପକ ରଶ୍ମିତା ପ୍ରଧାନ, ଅଧ୍ୟାପକ ସନ୍ତୋଷ କୁମାର ବିଶୋଇ, ଅଧ୍ୟାପକ ସଙ୍ଘମିତ୍ରା ଏବଂ ଅଧ୍ୟାପକ ମଉ ରୟଙ୍କ ସମେତ ଏସଏଚଏମ୍‌ର ସମସ୍ତ ଆସିଷ୍ଟାଣ୍ଟ୍‌ ପ୍ରଫେସରମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

Spread the love