ଓଡ଼ିଶାରେ ପହଞ୍ଚିଲା ୨୦ ହଜାର ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌, କେଉଁଠିକି କେତେ ଗଲା ପଢ଼ନ୍ତୁ

ଓଡ଼ିଶାରେ ପହଞ୍ଚିଲା ଆଉ ୨୦ ହଜାର ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌। ସେଥିରୁ କଟକ SCBକୁ ୧୫୦୦, କ୍ୟାନସର ହସ୍ପିଟାଲକୁ ୫୦୦ କିଟ୍‌ ଦିଆଯାଇଛି। ସେହିପରି ଗଞ୍ଜାମ ଜିଲ୍ଲାକୁ ୩ ୦୦୦, ଗଜପତି ଜିଲ୍ଲାକୁ ୫୦୦ ଓ ଅନ୍ୟ ୫ ମେଡିକାଲ କଲେଜକୁ ୧୦୦୦ ଲେଖାଏଁ କିଟ୍‌ ପ୍ରଦାନ କରାଯାଇଛି। ଏହାଛଡ଼ା ୩୨ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୫୦ ଲେଖାଏଁ କିଟ୍‌ ପ୍ରଦାନ କରାଯାଇଛି। ଏନେଇ RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଛନ୍ତି।

ଆଜି ସୁଦ୍ଧା ସମଗ୍ର ରାଜ୍ୟରେ ‘କରୋନା’ରେ ୧୦୬୨୪ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ଭିତରୁ ୪୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦୦୬ ଜଣ ଆରୋଗ୍ୟ ହୋଇଛନ୍ତି। ଏବେ ୩୬୧୮  ଜଣ ‘କରୋନା’ ଆକ୍ରାନ୍ତ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୧୩ ଜଣ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି।

Spread the love