ଭୁବନେଶ୍ୱରରୁ ୩୨ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ୧୮ ଲୋକାଲ୍‌ କେସ୍‌

ଆଜି ଭୁବନେଶ୍ୱରରୁ ଆଉ ୩୨ ‘କରୋନା’ ଚିହ୍ନଟ। ସେଥିମଧ୍ୟରୁ କ୍ୱାରେଣ୍ଟିନ୍‌ରେ  ୧୪ ଜଣ ଥିବା ବେଳେ ଲୋକାଲ୍‌ କେସ୍‌ ୧୮ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି।

ଆଜି ଖୋର୍ଦ୍ଧା ଅଞ୍ଚଳରେ ୫୬ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ବିଏମ୍‌ସି ଅଞ୍ଚଳରୁ ୩୨ ଜଣ ଅଛନ୍ତି। ଏମାନଙ୍କ ଭିତରୁ ୧୮ ଲୋକାଲ୍‌ କେସ ରହିଛି। ନୟାପଲ୍ଲୀ IRC ଭିଲେଜରୁ ଜଣେ, ବ୍ରିଟ୍ କଲୋନୀରୁ ଜଣେ, ଭୀମଟାଙ୍ଗି ପିପୁଲ୍ସ ବସ୍ତିରୁ ଜଣେ, ଚନ୍ଦ୍ରଶେଖରପୁର ଗୋପବନ୍ଧୁ ସ୍କୁଲ ପାଖରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦ୍ରୀୟ ହସ୍ପିଟାଲର ଜଣେ କର୍ମଚାରୀ, ୟୁନିଟ-୨ ମାର୍କେଟ୍‌ ବିଲ୍ଡିଂ ନିକଟରୁ ୨ ଜଣ, ବରମୁଣ୍ଡା ଅଞ୍ଚଳରୁ ଜଣେ, ଗଙ୍ଗନଗର ଅଞ୍ଚଳରୁ ଜଣେ, ନୟାପଲ୍ଲୀ ନୂଆସାହିରୁ ଜଣେ, ନୂଆଗାଁ ପେଟ୍ରୋଲ ପମ୍ପ ପାଖରୁ ୨ ଜଣ, ବାପୁଜୀନଗର ଶିଶୁ ଭବନ ଛକ ପାଖରୁ ଜଣେ, ଜୟଦେବ ବିହାର ସାଲିଆ ସାହିରୁ ଜଣେ, ନଖରା ବାଲିଅନ୍ତାରୁ ଜଣେ, ଭରତପୁର ଗଣେଶ ମନ୍ଦିର ପାଖରୁ ଜଣେ, ରସୁଲଗଡ଼ରୁ ଜଣେ, ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଶାମ୍ପୁର ଭିଲେଜର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବିଏମ୍‌ସି ଟ୍ୱିଟ୍‌ କରିଛି।

ସେହିପରି କ୍ୱାରେଣ୍ଟାଇନ୍‌ରେ ଥିବା ୧୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରେ ୭ ଆକ୍ରାନ୍ତ ସୁସ୍ଥ ହୋଇଥିବା BMC ସୂଚନା ଦେଇଛି।

Spread the love