କରୋନା ଯୋଗୁ ଆଖି ବୁଜିଲେ ୪ ଆକ୍ରାନ୍ତ

କରୋନା ଯୋଗୁ ଆଖି ବୁଜିଲେ ୪ ଆକ୍ରାନ୍ତ

 0

ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ୭୫୫ ଚିହ୍ନଟ ହୋଇଥିବା ବେଳେ ଏଥିରେ ଆଖି ବୁଜିଛନ୍ତି ୪ ଜଣ। ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର। ଫଳରେ ଗଞ୍ଜାମ ଜିଲ୍ଲାରେ କରୋନା ଯୋଗୁ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହି ମହାମାରୀ ଯୋଗୁ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଲାଣି। ସମଗ୍ର ରାଜ୍ୟରେ କରୋନା ଯୋଗୁ ମୃତ୍ୟୁ ସଂଖ୍ୟା ୫୬ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାର  ୪ କରୋନା ଆକ୍ରାନ୍ତ ଆଖି ବୁଜିଥିବା ବେଳେ ସେମାନେ ସମସ୍ତେ ପୁରୁଷ ବୋଲି ଜଣାଯାଇଛି। ସେମାନଙ୍କ ବୟସ ଯଥାକ୍ରମେ ୩୨, ୪୧, ୪୮ ଓ ୫୮।  ୪୧ ବର୍ଷୀୟ ବ୍ୟକ୍ତି ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।  ୪୮ ବର୍ଷୀୟ ବ୍ୟକ୍ତି ଓ  ୩୨ ବର୍ଷୀୟ ଯୁବକ  ପୂର୍ବରୁ ମଧୁମେହରେ ଆକ୍ରାନ୍ତ ଥିଲେ ବୋଲି ଜଣାଯାଇଛି।

Spread the love