ତାଜା ଖବର: ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍‌ ବିକାଶ ଦୁବେ ନିହତ !

୮ଜଣ ପୋଲିସ୍‌କର୍ମିଙ୍କୁ ହତ୍ୟା କରିଥିବା ମାଷ୍ଟରମାଇଣ୍ଡ ବିକାଶ ଦୁବେ ଏନ୍‌କାଉଣ୍ଟରରେ ନିହତ ହୋଇଛି । ଆଜି ୟୁପି ଏସଟିଏଫର ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଗିରଫ ହୋଇଥିବା ବିକାଶ ଦୁବେ ଥିବା କୁହାଯାଉଛି । ତେବେ ଦୁର୍ଘଟଣା ସମୟରେ କାର୍‌ଟି ଓଲଟି ଯିବା ପରେ ବିକାଶ ପୋଲିସର ବନ୍ଧୁକ ଛଡାଇବାକୁ ଚେଷ୍ଟା କରି ଖସିଯିବାକୁ ଉଦ୍ୟମ କରିଥିଲା । ପୋଲିସ ସହ ତାହାର ମୁହାଁମୁହିଁ ମଧ୍ୟ ହୋଇଥିଲା । ଉଭୟ ପକ୍ଷର ଏନ୍‌କାଉଣ୍ଟରରେ ବିକାଶ ପ୍ରାଣ ହରାଇଥିବା କୁହାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର କାନପୁରରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳିକାଣ୍ଡରେ ୮ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିଲେ । ସେହି ଦିନଠାରୁ ବିକାଶ ଫେରାର ଥିଲା । ପୂର୍ବରୁ ବିକାଶ ନାମରେ ୬୦ରୁ ଊର୍ଦ୍ଧ୍ୱ ଅପରାଧିକ ମାମଲା ରହିଥିବା ବେଳେ ଏହି ହାର୍ଡକୋର୍‌ କ୍ରିମିନାଲ୍‌ ସମ୍ପର୍କରେ ସୂଚନା ପ୍ରଦାନ ପାଇଁ କାନପୁର ପୋଲିସ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା ।

Spread the love