ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ପ୍ରକାଶ ପାଇଲା ଚଳିତ ବର୍ଷର ICSE ଦଶମ ଓ ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଚଳିତବର୍ଷ ପାସ୍‌ ହାର ୯୯.୩୩ ପ୍ରତିଶତ ରହିଛି। ସେହିପରି ଦ୍ୱାଦଶ ପାସ୍‌ହାର ୯୬. ୮୪ ପ୍ରତିଶତ ରହିଛି। ବୋର୍ଡର ଅଧିକୃତ ୱେବସାଇଟ୍‌ CISCE.ORGକୁ ଯାଇ ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟ ଦେଖିପାରିବେ। ତେବେ କରୋନା ସ୍ଥିତିକୁ ନେଇ ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ମେରିଟ୍‌ ଲିଷ୍ଟ ଜାରି କରାଯାଇ ନାହିଁ।

କରୋନା ଭାଇରସ୍‌ ବ୍ୟାପିବା କାରଣରୁ ଗତ ମାର୍ଚ୍ଚ ୧୯ରୁ ୩୧ ମଧ୍ୟରେ ହେବାକୁ ଥିବା ICSEର ସମସ୍ତ ବାକିଥିବା ପରୀକ୍ଷାକୁ ବାତିଲ କରାଯାଇଥିଲା। ଯାହାକୁ ନେଇ ଫଳ ପ୍ରକାଶନ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏମିତିକି ମାମଲା ସୁପ୍ରିମକୋର୍ଟ ଯାଏଁ ଯାଇଥିଲା। ତେବେ ସର୍ବୋଚ୍ଚ କୋର୍ଟ ପୂର୍ବ ପରୀକ୍ଷା ଗୁଡ଼ିକର ମାର୍କ ଆଧାରରେ ଫାଇନାଲ୍‌ ରେଜଲ୍‌ଟ ପ୍ରକାଶନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

Spread the love