କରୋନା ସହ ଲଢିବା ପାଇଁ ସହଯୋଗ ଲୋଡିଲେ ବିଏମସି କମିଶନର

କରୋନା ମୁକାବିଲା ନେଇ ସହଯୋଗ ଲୋଡିଛନ୍ତି ବିଏମସି କମିଶନର । ହଟସ୍ପଟ ଅଂଚଳରୁ ଲୋକେ ଭୁବନେଶ୍ୱର ଆସୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ସ୍ଲମ ଏରିଆରେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସ୍ଲମ କମିଟି ଗଠନ ହୋଇଛି ବୋଲି ସେ କହିଛନ୍ତି । ଭୁବନେଶ୍ୱର ବସ୍ତି ଅଂଚଳରେ ଓାର୍ଡ କମିଟିମାନେ ସକ୍ରିୟ ଅଛନ୍ତି । ବସ୍ତି ଅଂଚଳରେ କିପରି ସଂକ୍ରମଣ ବଢିବନି, ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି ।
କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ଅପିଲ୍ କରିଛନ୍ତି ବିଏମସି କମିଶନର । କରୋନା ଏକ ଚ୍ୟାଲେଂଜ ଭାବେ ଉଭା ହୋଇଛି, ତାକୁ ସାମ୍ନା କରିବା । କରୋନାକୁ ସାମ୍ନା କରିବା ପାଇଁ ନିଜେ ନିଜର ଦାୟିତ୍ୱ ନିଅନ୍ତୁ ବୋଲି କମିଶନର କହିଛନ୍ତି । ବେଶି ଗହଳି ସ୍ଥାନକୁ ଯାଆନ୍ତୁନି, ସବୁବେଳେ ମାସ୍କ ପିନ୍ଧନ୍ତୁ । ଜନଗହଳି ସ୍ଥାନରେ ନିଶ୍ଚୟ ସାମାଜିକ ଦୂରତା ରକ୍ଷା କରନ୍ତୁ । ବଜାରକୁ ନଯାଇ ଘରେ ବସି ଅନଲାଇନ ସପିଂ ଆପଣାଇବାକୁ ସେ କହିଛନ୍ତି । ମେଡିକାଲ୍ ନଯାଇ ଟେଲି ମେଡିସିନ ଆପଣାଇବାକୁ ସେ ପରାମର୍ଶ ଦେଇଛନ୍ତି । ଟେଲିଫୋନ ଦ୍ୱାରା ଡାକ୍ତରୀ ପରାମର୍ଶ, ଓଷଧ ଅର୍ଡର କରନ୍ତୁ ।ଭୁବନେଶ୍ୱରରେ ଏଯାବତ୍ ୬୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୪୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୪ ଜଣ ସୁସ୍ଥ ହୋଇଥିବା ବେଳେ ୩୧୭ଟି ଆକ୍ଟିଭ କେସ ରହିଛି । ଶେଷ ୧୦ ଦିନରେ ଭୁବନେଶ୍ୱରରେ ୩୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଉ ୧୦ ଦିନରେ ହସ୍ପିଟାଲ ଲିଙ୍କରେ ୩୧ ପଜିଟିଭ ବାହାରିଛି । ୨୧୨ ଆକ୍ରାନ୍ତଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି । ୩୭ଟି ଲୋକାଲ କେସ ରହିଛି ।

Spread the love