କଳାହାଣ୍ଡିରେ ନୂତନ ବିଜେଡ଼ି କାର୍ଯ୍ୟାଳୟ ଉଦଘାଟନ କଲେ ବିଧାୟକ ପ୍ରଣବ ପ୍ରକାଶ ଦାସ

ବିଜୁ ଜନତା ଦଳ ନିଜ ସଙ୍ଗଠନକୁ ଅଧିକ ମଜଭୁତ କରିବାକୁ ପ୍ରୟାସ ଆରମ୍ଭ କରିଛି । ଦଳର କ୍ରାଇସିସ ମ୍ୟାନେଜର ଭାବେ ଜଣାଶୁଣା ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ଆଜି କଳାହାଣ୍ଡି ଜିଲ୍ଲାରେ ନୂତନ ଭାବରେ ନିର୍ମିତ ବିଜୁ ଜନତା ଦଳ କାର୍ୟ୍ୟାଳୟକୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଲୋକଙ୍କ ଅଧିକ ନିକଟବର୍ତ୍ତୀ କରିବା ପ୍ରୟାସ ପାଇଁ ବବି ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ।ଏହି ଅବସରରେ କଳାହାଣ୍ଡିର ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଓ ରାଜ୍ୟସଭା ସାଂସଦ ସୁଜିତ କୁମାର ଉପସ୍ଥିତ ଥିଲେ । ଏହା ପରେ ପ୍ରଣବ ଏକ ଜୀବନ ବିନ୍ଦୁ କାର୍ୟ୍ୟକ୍ରମରେ ଯୋଗଦେଇ ଥିଲେ।

Spread the love