ମାନସ ମଙ୍ଗରାଜଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଭୁବନେଶ୍ୱର: ବିଜୁ ଜନତା ଦଳ ବର୍ତ୍ତମାନ ନିଜକୁ ଅଧିକ ପ୍ରତିଷ୍ଠିତ ଓ ମଜଭୁତ କରିବା ପ୍ରୟାସ ଆରମ୍ଭ କରିଛି । ତେଣୁ ପୂର୍ବରୁ ଯେଉଁମାନେ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଥିଲେ ଏବଂ ପଞ୍ଚମ ପାଳି ନବୀନ ସରକାର ଗଠନରେ ସହଯୋଗ କରିଥିଲେ ସେମାନଙ୍କ ଉପରେ ନବୀନ ପୁନର୍ବାର ଆସ୍ଥା ପ୍ରକଟ କରିବା ସହ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି । ୨୦୧୯ ନିର୍ବାଚନ ସମୟରେ ମିଡିଆ ସେଲ ଦାୟିତ୍ୱରେ ଥିବା ମାନସ ମଙ୍ଗରାଜଙ୍କ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜର ଆସ୍ଥା ରଖିଛନ୍ତି । ଶ୍ରୀ ମଙ୍ଗରାଜଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି । ତାଙ୍କୁ ମିଡିଆ ଆଫେଆର ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ମଙ୍ଗରାଜ ମିଡିଆ ମାଧ୍ୟମରେ ସରକାରଙ୍କ ସମସ୍ତ ଜନହିତକର କାର୍ଯ୍ୟକ୍ରମ ରାଜ୍ୟର ସାଧାରଣ ଜନତାଙ୍କ ପାଖକୁ ପହଞ୍ଚେଇବାରେ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଛନ୍ତି ।

Spread the love