ଘରୋଇ ହସ୍ପିଟାଲ ଫେରାଇଦେଲେ ୧୦୦କୁ କୁହ

ଭୁବନେଶ୍ୱର, ରାଜଧାନୀ ଭୁବନେଶ୍ୱରରେ କୌଣସି ଘରୋଇ ହସ୍ପିଟାଲ ଆଡମିଶନ ନ କରି ଫେରାଇଦେଲେ ଜଣାନ୍ତୁ । ଏଥିପାଇଁ ଟୋଲ ଫ୍ରି ନମ୍ବର-୧୦୦କୁ କଲ୍ କରି ଜଣାଇବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏନେଇ ସେ ଟ୍ୱିଟ୍ କରି ଜଣାଇଛନ୍ତି । ତେବେ ମୁଖ୍ୟ ଶାସନ ସଚିବଙ୍କ ଏହି ଟ୍ୱିଟ୍ ଉପରେ ରି-ଟ୍ୱିଟ୍ କରି କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । କୌଣସି ହସ୍ପିଟାଲ ଆଡ୍‌ମିଟ ନକଲେ ୧୦୦ କୁ ଜଣାନ୍ତୁ ବୋଲି ସେ ମଧ୍ୟ କହିଛନ୍ତି ।

ବିଶେଷ କରି ଭୁବନେଶ୍ୱର ବାହାରୁ ଆସୁଥିବା ରୋଗୀଙ୍କୁ ଆଡମିଶନ ନକଲେ ଜଣାନ୍ତୁ । କର୍ମଚାରୀଙ୍କୁ ସହାୟତା କରିବାକୁ କୁହାଯାଇଛି ବୋଲି ସିପି କହିଛନ୍ତି ।

Spread the love