ପ୍ଳାଜ୍‌ମା ଦାନ ପାଇଁ ଆଗେଇ ଆସିଥିବା ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ସେବା କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଏନ୍‌ଡିଆରଏଫ୍‌ ଏବଂ ଓଡ଼ିଶା ଅଗ୍ନିଶମ ସେବା କର୍ମଚାରୀ କରୋନା ମୁକ୍ତ ହେବାପରେ ସମ୍ପୃକ୍ତ କର୍ମଚାରୀ ପ୍ଳାଜାମ୍ ଦାନା ପାଇଁ ଆଗେଇ ଆସିଥିବାରୁ  ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ’ଅମ୍ପାନ’ ପରବର୍ତ୍ତୀ ସମୟରେ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ପଶ୍ଚିମବଙ୍ଗ ଯାଇଥିଲେ ଉଭୟ ବିଭାଗର କର୍ମଚାରୀ । କିନ୍ତୁ ସେଠାରୁ ଆସିବା ପରେ ସେମାନେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ପରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି । ତେବେ ଯବାନଙ୍କ ଏଭଳି କାର୍ଯ୍ୟ ଅନ୍ୟ ସୁସ୍ଥ ରୋଗୀଙ୍କୁ ମଧ୍ୟ ପ୍ଳାଜ୍‌ମା ଦାନ ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

            ସୂଚନା ଯୋଗ୍ୟ ଯେ, ଗତ ୧୫ ତାରିଖରେ ରାଜ୍ୟରେ ପ୍ଲାଜମା ଥେରାପିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଯୋଗେ ଉଦଘାଟନ କରିଥିଲେ । କଟକ ଏସସିବିରେ ପ୍ଲାଜମା ବ୍ୟାଙ୍କକୁ ଉଦ୍‌ଘାଟନ୍‌ କରିଥିଲେ ମୁଖ୍ୟମନ୍ତ୍ରୀ । ଏବଂ ରାଜ୍ୟରେ କୋଭିଡ୍‌ ପାଇଁ ପ୍ଲାଜ୍‌ମା ଥେରାପି ସେବା ମାଗଣାରେ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥିସହିତ ସୁସ୍ଥ ହୋଇଥିବା ରୋଗୀଙ୍କୁ ପ୍ଳାଜ୍‌ମା ଦାନ ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ରବିବାର କଟକ ଏସସିବି ମେଡିକାଲରେ ପ୍ଲାଜ୍‌ମା ଦାନ ପାଇଁ ପହଞ୍ଚିଛନ୍ତି ମୁଣ୍ଡୁଳି କ୍ୟାମ୍ପର ଏନ୍‌ଡିଆର୍‌ଏଫ୍‌ ଯବାନ । ଏହି ଯବାନମାନେ କରୋନାରୁ ସୁସ୍ଥ ହେବାର ୨୮ ଦିନ ପୂରି ଯିବା ପରେ ପ୍ରଥମ ଦିନରେ ୮ଜଣ ଯବାନ ପ୍ଲାଜ୍‌ମା ଦାନ ପାଇଁ ଆସିଛନ୍ତି । ଆଣ୍ଟିବଡି ଟେଷ୍ଟ ପରେ ସେମାନଙ୍କ ପ୍ଲାଜ୍‌ମା  ସଂଗ୍ରହ କରାଯିବ । ଆଗକୁ ପର୍ଯ୍ୟାୟକ୍ରମେ ଏନଡିଆର୍‌ଏଫ୍‌ର ୮୦ ଜଣ ଯବାନ ପ୍ଲାଜ୍‌ମା ଦାନ କରିବେ। ପଶ୍ଚିମବଙ୍ଗରେ ଅମ୍ଫାନ ମୁକାବିଲା ପାଇଁ ଏନଡିଆରଏଫ୍ ଟିମ୍ ଯାଇଥିବା ବେଳେ କରୋନା ଆକ୍ରାନ୍ତ ହୋଇଥିଲେ ।

Spread the love