କଟକ ସହରରେ ୪୧ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨ ଲୋକାଲ୍‌ କେସ୍‌

ଆଜି କଟକ ସହରରୁ ଆଉ ୪୧ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୩୯ କ୍ୱାରେଣ୍ଟାଇନ୍‌ରୁ  ଓ ୨ ଲୋକାଲ କେସ୍‌। ଏନେଇ କଟକ ମହାନଗର ନଗମ(ସିଏମ୍‌ସି) ଟ୍ୱିଟ୍‌ କରିଛି।

ଆଜି ଚିହ୍ନଟ ହୋଇଥିବା ୪୧ ‘କରୋନା’ ଆକ୍ରାନ୍ତଙ୍କ ଭିତରୁ ଦିୱାନ୍‌ ବଜାରରୁ ୧୫ ‘କରୋନା’ ପଜିଟିଭ୍‌ ବାହାରିଛନ୍ତି। ସେହିପରି ଶଙ୍କରପୁରରୁ ୩, ସେକ୍‌ ବଜାରରୁ ୨, ସିଡିଏ ସେର-୯ରୁ ୨ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ମଠସାହିରୁ ଜଣେ ଓ ପୁଲିସ କଲୋନିରୁ ଜଣେ ଲେଖାଏଁ ଲୋକାଲ କେସ୍ ଚିହ୍ନଟ ହୋଇଛି।ଆଜି ସୁଦ୍ଧା ସିଏମ୍‌ସି ଅଞ୍ଚଳରୁ ୭୭୭ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪୫୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।

Spread the love