ଆଜି ରାଜ୍ୟରେ ୧୩୩୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୫/୦୮: ରାଜ୍ୟରେ ଆଜି ପୁଣି ୧୩୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯୦୧୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଆକ୍ରାନ୍ତଙ୍କ ମଧ୍ୟରୁ ୮୧୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୫୨୨ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଅନୁଗୁଳ ଜିଲ୍ଲାରୁ ୪ ଜଣ, ବାଲେଶ୍ୱରରୁ ୩୧ଜଣ, ବରଗଡରୁ ୧୪ଜଣ, ଭଦ୍ରକରୁ ୨୨ଜଣ, ବଲାଙ୍ଗିରରୁ୧୧ ଜଣ, ବୌଦ୍ଧରୁ ଜଣେ, କଟକରୁ ୧୬୮ଜଣ, ଢେଙ୍କାନାଳକୁ ୫ଜଣ, ଗଜପତିରୁ ୭୫ଜଣ, ଗଞ୍ଜାମରୁ ୨୦୧ଜଣ, ଜଗତସିଂହପୁରରୁ ୧୨ଜଣ, ଯାଜପୁରରୁ ୨୪ଜଣ, ଝାରସୁଗୁଡାରୁ ୧୦ଜଣ, କଳାହାଣ୍ଡିରୁ ୧୩ଜଣ, କନ୍ଧମାଳରୁ ୨୦ଜଣ, କେନ୍ଦ୍ରାପଡାରୁ ୩୭ଜଣ, କେନ୍ଦୁଝରରୁ ୮୦ଜଣ, ଖୋର୍ଦ୍ଧାରୁ ୧୯୬ଜଣ, କୋରାପୁଟରୁ ୩୧ଜଣ, ମାଲକାନଗିରିରୁ ୩୮ଜଣ, ମୟୁରଭଞ୍ଜରୁ ୧୫ଜଣ, ନବରଙ୍ଗପୁରୁ ୭ଜଣ, ନୟାଗଡରୁ ୬୦ଜଣ, ପୁରୀରୁ ୭୩ଜଣ, ରାୟଗଡାରୁ ୨୨ଜଣ, ସମ୍ବଲପୁରରୁ ୭୨ଜଣ, ସୋନପୁରରୁ ୩ଜଣ, ସୁନ୍ଦରଗଡରୁ ୮୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

Spread the love