ବିଜେଡି ସାଙ୍ଗଠନିକ ଦାୟିତ୍ୱରେ ଥିବା ରବି ପାଣିଙ୍କୁ ପଦୋନ୍ନତି

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ) : ବିଜେଡି ଦଳର ସାଙ୍ଗଠନିକ ଦାୟିତ୍ୱରେ ଥିବା ବରିଷ୍ଠ ନେତା ତଥା ଶାସକ ଦଳର ପୂର୍ବତନ ମୁଖ୍ୟ ସଚେତକ ରବି ନାରାୟଣ ପାଣିଙ୍କୁ ଦଳୀୟ ସୁପ୍ରିମୋ ନବୀନ ବାବୁ ସାଙ୍ଗଠନିକ ପଦୋନ୍ନତି ଦେଇଥିବାକୁ ନେଇ ଶ୍ରୀ ପାଣିଙ୍କ ସମର୍ଥକଙ୍କ ମହଲରେ ଖୁସିର ବାତାବରଣ ଖେଳାଇ ଦେଇଛି ।

ଗତ ସାଧାରଣ ନିର୍ବାଚନରେ ଦୁର୍ଭାଗ୍ୟ , ଶେଷ ପର୍ଯ୍ୟାୟରେ ସରକାରୀ ଦଳର ମୁଖ୍ୟ ସଚେତକ ରବି ନାରାୟଣ ପାଣିଙ୍କୁ  ପାଲଲହଡା ବିଧାନସଭା ଆସନରେ ଦଳୀୟ ଟିକେଟ ଦେବାରୁ ବଞ୍ଚିତ କରାଯାଇଥିଲା । ମାତ୍ର ଏହା ପରେ ଦଳ ପକ୍ଷରୁ ଶ୍ରୀ ପାଣିଙ୍କୁ ଦଳୀୟ ସାଙ୍ଗଠନକୁ ଶକ୍ତିଶାଳୀ କରିବାକୁ ନେଇ ପର୍ଯ୍ୟବେକ୍ଷକ ଭାବେ ଝାରସୁଗୁଡା ଦାୟିତ୍ୱ ଦିଆଯାଇଥିଲା । ଶ୍ରୀ ପାଣି ଏହି ଦାୟିତ୍ୱ ନେବା ପରେ ଝାରସୁଗୁଡା ଅଞ୍ଚଳରେ କ୍ରମାଗତ ଭାବେ ବୁଲି ବୁଲି ଦଳୀୟ ସାଙ୍ଗଠନକୁ ଅଧିକରୁ ଅଧିକ ସୁଦୃଢ଼ କରି ଜଣେ ଦକ୍ଷ ସଂଙ୍ଗଠକ ଭାବେ ଏକ ସ୍ୱତନ୍ତ୍ର ପରିଚୟ ପ୍ରତିପବାଦନ କରି ପାରିଥିଲେ ବିଜେଡି ସୁପ୍ରିମୋଙ୍କ ନିକଟରେ । ଫଳରେ ନବୀନ ବାବୁ ଶ୍ରୀ ପାଣିଙ୍କୁ ଅଧିକନ୍ତୁ ସମ୍ବଲପୁର ଜିଲ୍ଲା ଦଳୀୟ ପର୍ଯ୍ୟବେକ୍ଷକ ଭାବେ ଗୁରୁଦାୟିତ୍ୱ ଦେଇଥିବା ନେଇ ଶ୍ରୀ ପାଣିଙ୍କ ତାଳଚେର ସ୍ଥିତ ତାଙ୍କ ନିଜସ୍ୱ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ଏହି ଖବର ପ୍ରଚାରିତ ହୋଇଯିବା ପରେ ତାଙ୍କ ସମର୍ଥକଙ୍କ ମହଲରେ ଖୁସିର ମାହୋଲ ଖେଳାଇ ଦେଇଛି । ମାତ୍ର ଆଗାମୀ ନିର୍ବାଚନରେ ଶ୍ରୀ ପାଣିଙ୍କୁ ତାଳଚେର,ପାଲଲହଡା,ଦେବଗଡ ଓ ସମ୍ବଲପୁର ବିଧାନସଭା ଆସନରେ ନତୁବା ଢ଼େଙ୍କାନାଳ କିମ୍ବା ସମ୍ବଲପୁର ଲୋକସଭା ଆସନରେ,କେଉଁଠି ଦଳ ପକ୍ଷରୁ ପ୍ରାର୍ଥୀ କରାଯିବାକୁ ନେଇ ବିଭିନ୍ନ ମହଲରେ କଳ୍ପନା ଜଳ୍ପନା ଲାଗି ରହିଛି ।

Spread the love