ଡକାୟତି ଉଦ୍ୟମ ପଣ୍ଡ – ୫ ଗିରଫ , ପିସ୍ତଲ ସହ ଗୁଳି , ଭୁଜାଲି ଜବତ

ଅନୁଗୁଳ,( ବିକାଶ ଚନ୍ଦ୍ର ସାହୁ ): – ଶନିବାର ବିଳମ୍ବିତ ରାତିରେ ସ୍ଥାନୀୟ ଶିକ୍ଷକପଡା ସାଇ ମନ୍ଦିର ପଛ ପଟେ ବସି ରାସ୍ତାରେ ଯାଉଥିବା ଯାନ ବାହାନରୁ ଡକାୟତି କରିବା ପାଇଁ ଯୋଜନା କରୁଥୁବା ବେଳେ ଅନୁଗୁଳ ପୁଲିସ ସେଠାରେ ଅତର୍କିତ ଚଢ଼ାଉ କରିଥିଲେ । ପୁଲିସର ଏହି ଚଢ଼ାଉ ବେଳେ ଦୁଇ ଜଣ ଫେରାର ହୋଇଯିବାରେ ସକ୍ଷମ ହୋଇଥିବା ବେଳେ ୫ ଜଣ ଡକାୟତଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୪ ରାଉଣ୍ଡ ଗୁଳି ସହ ଏକ ବନ୍ଧୁକ ଗୋଟିଏ ଭୂଜାଲି ଏବଂ ଗୋଟିଏ କଟୁରୀକୁ ଜବତ କରିଥିବା ଘଟଣା ସମଗ୍ର ଅନୁଗୁଳ ସହରରେ ଚାଲ୍ୟ ସୃଷ୍ଟି କରିଛି ।

ଘଟଣାରୁ ପ୍ରକାଶ ଯେ ଶନିବାର ରାତି ପ୍ରାୟ ୧୨ଟା ୩୦ରେ ଅନୁଗୁଳ ଥାନା ଏ ଏସ ଆଇ ଅଜୟ କୁମାର ସାହୁ,ଏ ଏସ ଆଇ ପି.କେ ସାହୁ,କନେଷ୍ଟବଳ ଅଜିତ ନାଏକ,ଦିଲ୍ଲିପ କୁମାର ସାହୁ,ଏବଂ ଅଶ୍ୱିନୀ ସାହୁ ପ୍ରମୁଖ ଅନୁଗୁଳ ସହରରେ ରାତ୍ରୀ ପେଟ୍ରୋଲିଂ କରୁଥିବା ବେଳେ କୋ÷ଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଯେ ଶିକ୍ଷକପଡା ସ୍ଥିତ ସାଇ ମନ୍ଦିର ପଛ ପଟେ ମହମବତୀ ଜାଳି ୭ ଜଣ ଡକାୟତ ଡକାୟତି କରିବା ପାଇଁ ଯୋଜନା କରୁଛନ୍ତି ।

ଏହି ଖବର ପାଇବା ପରେ ପୁଲିସ ଅଧିକାରୀ ମାନେ ସେଠାରେ ଯାଇ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ପୁଲିସର ଏହି ଚଢ଼ାଉ ଦେଖି ସମ୍ପୃକ୍ତ ୭ ଜଣ ଡକାୟତ ସେଠାରୁ ଦୌଡି ପଳାଇ ଯିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ପୁଲିସ ଅଧିକାରୀ ମାନେ ସେମାନଙ୍କୁ ପିଛା କରି ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଦୁଇ ଜଣ ଫେରାର ହୋଇଯାଇଥିଲେ । ତେବେ ଗିରଫ ୫ ଜଣଙ୍କୁ ପୁଲିସ ଅଧିକାରୀ ମାନେ ଥାନାକୁ ଆଣି ପଚରା ଉଚରା କରିବାରୁ ସେମାନେ ରାତିରେ ଯାତାୟାତ କରୁଥିବା ଯାନ ବାହାନ ଗୁଡିକରୁ ଡକାୟତି କରିବା ପାଇଁ ଯୋଜନା କରୁଥିଲେ ବୋଲି ପୁଲିସ ଆଗରେ ପ୍ରକାଶ କରିବା ସହ ଗିରଫ ୫ ଜଣ ଡକାୟତ ମାନେ ହେଲେ ରାଧାରମଣପଡାର ତୋଫାନ ଦେହୁରୀ (୩୨),ଶିମିଳିପଡାର ବୁନୁ ଓରଫ ସନ୍ଦିପ କୁମାର ଥମ୍ବ (୩୧),କୁମଣ୍ଡର ଅଭିମନ୍ୟୁ ନାଏକ (୩୩),ସାନ୍ତରାବନ୍ଧ ଗ୍ରାମର ତପନ କୁମାର ପ୍ରଧାନ (୨୯), ଏବଂ ଶିକ୍ଷକପଡାର ଦିଗବିଜୟ ନାଏକ (୨୩) ବୋଲି ଅନୁଗୁଳ ଥାନା ଆଇ ଆଇ ସି ରମେଶ ଚନ୍ଦ୍ର ବିଶୋଇ ପ୍ରକାଶ କରିବା ସହ ସେମାନଙ୍କ ଠାରୁ ୪ ରାଉଣ୍ଡ ଗୁଳି,ଗୋଟିଏ ବନ୍ଧୁକ,ଗୋଟିଏ ଭୂଜାଲି ଏବଂ ଗୋଟିଏ କଟୁରୀ ଜବତ କରିଥିଲେ ବୋଲି  ଶ୍ରୀ ବିଶୋଇ ସୂଚନା ଦେଇଛନ୍ତି । ତତ୍ ସହିତ ଗିରଫ ଅଭିଯୁକ୍ତ ମାନଙ୍କୁ ଦଫା ୩୯୯/୪୦୨,୨୫/୨୭ ଆର୍ମସ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି ।

Spread the love