ସୋଆ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶୋକ

ଭୁବନେଶ୍ୱର : ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ
ଟୁ ବି ୟୁନିଭର୍ସିଟି) ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯିବା ସହ ସୋଆ ପରିବାର ପକ୍ଷରୁ ତାଙ୍କ ଆତ୍ମାର ସଦଗତି କାମନା କରାଯାଇଛି । ଜାତୀୟ ରାଜନୀତିରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିବା ସ୍ୱର୍ଗତ ମୁଖାର୍ଜୀ ଏକାଧାରରେ ଜଣେ ପ୍ରବୀଣ ରାଜନୀତିଜ୍ଞ ତଥା ଅର୍ଥନୀତିଜ୍ଞ ଥିଲେ । ଏକ ଶୋକ ବାର୍ତାରେ ସ୍ୱର୍ଗତ ମୁଖାର୍ଜୀ ନଭେମ୍ବର ୨୨, ୨୦୧୭ରେ ସୋଆ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସ୍ମରଣ କରି ବିଶ୍ୱବିଦ୍ୟାଳୟ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଲି ପ୍ରଦାନ
କରାଯାଇଥିଲା । ତାଙ୍କର ବକ୍ତବ୍ୟରେ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡିକ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚମାନର ଶିକ୍ଷା ଦାନ କରିବା ସହିତ ମାନବିକତା, ସହନଶୀଳତା ଓ ସନ୍ତୁଳିତ ଜ୍ଞାନ ଆହରଣର ଆଳୟ ହେବା ଆବଶ୍ୟକ ବୋଲି ସେ କହିଥିଲେ । ଏହି ଉପଲକ୍ଷେ ଆୟୋଜିତ ଏକ ଶୋକସଭାରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ବିଭିନ୍ନ ଫ୍ୟାକଲ୍‌ଟିର ଡିନ ଓ ଅନ୍ୟାନ୍ୟ ଅଫିସର ବୃନ୍ଦ ଉପସ୍ଥିତ ଥିଲେ । ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଡିନ (ରିସର୍ଚ୍ଚ ଏଣ୍ଡ ଡେଭେଲପମେଂଟ) ଶୋକବାର୍ତା ପାଠ କରିଥିଲେ ।

Spread the love