ରାଜ୍ୟରେ ୩,୮୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଆଜି ବି ଖୋର୍ଦ୍ଧା ଆଗରେ

ରାଜ୍ୟରେ ୩,୮୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ  କରୋନା ଆକ୍ରାନ୍ତଙ୍କ  ମଧ୍ୟରୁ ୨,୨୭୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୫୮୩ଟି ହେଉଛି ଲୋକାଲ୍ କେସ୍‌।ଖୋର୍ଦ୍ଧାରୁ ପୁଣି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

ଏଠାରୁ ୭୬୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୮୬, ଯାଜପୁରରୁ ୨୮୫ ଓ ପୁରୀରୁ ୨୦୦ ଜଣ ଚିହ୍ନଟ ହୋଇଛନ୍ତି।ରାୟଗଡ଼ାରୁ ୧୫୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋନପୁରରୁ ୧୧୭, ମୟୂରଭଞ୍ଜରୁ ୧୧୨ ଓ ବରଗଡ଼ରୁ ୧୭୬ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୭,୮୯୨ରେ ପହଞ୍ଚିଥିବା ବେଳେ ୯୬,୩୬୪ ଜଣ ସୁସ୍ଥ ହୋଇସାରିଛନ୍ତି। ୩୦,୯୧୯ ଜଣ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୫୫୬ରେ ପହଞ୍ଚିଯାଇଛି।

Spread the love