ରାଜ୍ୟରେ ୪୩୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୪/୦୯: ରାଜ୍ୟରେ  ୪୩୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୨୫୧୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୮୨୩ ହେଉଛି ଲୋକାଲ୍ କେସ୍‌।

ରାଜ୍ୟରେ ୪୩୪୦ କରୋନା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୫୩ ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ ୫୬୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୬୨, ବରଗଡ଼ରୁ ୧୦୮, ଭଦ୍ରକରୁ ୧୦୫, ବଲାଙ୍ଗିରରୁ ୫୩, ବୌଦ୍ଧରୁ ୬୭, ଦେବଗଡ଼ରୁ ୨୨, ଢ଼େଙ୍କାନାଳରୁ ୫୬, ଗଜପତିରୁ ୧୯,  ଗଞ୍ଜାମରୁ ୯୦, ଜଗତସିଂହପୁରରୁ ୧୯୩, ଯାଜପୁରରୁ ୧୫୧, ଝାରସୁଗୁଡ଼ାରୁ ୧୭୪, କଳାହାଣ୍ଡିରୁ ୫୮, କନ୍ଧମାଳରୁ ୧୪୩, କେନ୍ଦ୍ରାପଡ଼ାରୁ ୧୦୯, କେନ୍ଦୁଝରରୁ ୯୦, କୋରାପୁଟରୁ ୭୭, ମାଲକାନାଗିରିରୁ ୩୪, ମୟୂରଭଞ୍ଜରୁ ୧୨୭, ନବରଙ୍ଗପୁରରୁ ୧୪୩, ନୟାଗଡ଼ରୁ ୮୪, ନୂଆପଡ଼ାରୁ ୭୪, ପୁରୀରୁ ୨୦୩, ରାୟଗଡ଼ାରୁ ୬୨, ସମ୍ବଲପୁରରୁ ୧୩୦, ସୋନପୁରରୁ ୧୨୯, ସୁନ୍ଦରଗଡ଼ରୁ ୧୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Spread the love