ଆଇପିଏଲ ରେ ବି ହେଉଛି ଡ୍ରଗ୍ସ ବ୍ୟବହାର !

ମୁମ୍ବାଇ, ୨୪/୦୯: ସମ୍ପୂର୍ଣ୍ଣ ବଲିଉଡ୍‌ ଏବେ ଡ୍ରଗ୍ସ ମାମଲାକୁ ନେଇ ଉଠୁଛି ପଡ଼ୁଛି। ଏନ୍‌ସିବି ପକ୍ଷରୁ ଲଗାତାର ଭାବେ ବଲିଉଡ୍‌ କଳାକାର ତଥା ବଡ଼ ବଡ଼ ସେଲିବ୍ରିଟିଙ୍କୁ ଜେରା କରାଯାଉଛି। ଦିପିକା ପାଦୁକୋନ୍‌, ସାରା ଅଲ୍ଲୀ ଖାନ୍‌, ଶ୍ରଦ୍ଧା କାପୁର, ରାକୁଲ ପ୍ରୀତ୍‌ ସିଂହଙ୍କ ଭଳି ଅନେକ ଅଭିନେତା ଅଭିନେତ୍ରୀଙ୍କୁ ଜେରା ପାଇଁ ସମନ କରିଛି ଏନ୍‌ସିବି। ଏହାରି ମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ ତଥା ମଡେଲ୍‌ ସାର୍ଲିନ୍‌ ଚୋପ୍ରା, ଏକ ବିସ୍ଫୋରକ ବୟାନ୍‌ ଦେଇଛନ୍ତି।

ସେ କହିଛନ୍ତି କେବଳ ବଲିଉଡ୍‌ରେ ନୁହେଁ ବରଂ ଆଇପିଏଲ୍‌ରେ ମଧ୍ୟ ଡ୍ରଗ୍ସ ସେବନ ଜୋରଦାର ହେଉଛି ।ସିଧାସଳଖ ସେ କୋଲକତା ନାଇଟ୍‌ ରାଇଡର୍ସର ନାଁ ନେଇ କହିଛନ୍ତି ଯେ, ମ୍ୟାଚ୍‌ ସରିବା ପରେ ଖେଳାଳିଙ୍କ ପତ୍ନୀ ଓ କିଛି ବଲିଉଡ୍‌ ଷ୍ଟାର୍ସଙ୍କ ପତ୍ନୀ ମିଳିତ ଭାବେ ଓ୍ୱାସ୍‌ ରୁମ୍‌ରେ କୋକିନ୍‌ ସେବନ କରନ୍ତି। ସାର୍ଲିନ୍‌ଙ୍କୁ ଯଦି ଏନ୍‌ସିବି ପକ୍ଷରୁ ଜେରା‌ କରାଯାଏ, ତେବେ ସେ ସବୁ କଥା ଖୋଲି କହିବେ ବୋଲି କହିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାର୍ଲିନ୍‌ କହିଛନ୍ତି ଯେ, କୋଲକତା ନାଇଟ୍‌ ରାଇଡର୍ସ ମ୍ୟାଚ୍‌ ସରିବା ପରେ ଓ୍ୱାସ୍‌ ରୁମ୍‌ରେ ଧୂମ୍‌ କୋକିନ୍‌ ସେବନ କରାଯାଏ। ତେବେ ଏହି ଘଟଣା ଆଇପିଏଲ୍‌ର କେଉଁ ସିଜିନ୍‌ର ବୋଲି ସାର୍ଲିନ୍‌ ସ୍ପଷ୍ଟ କରିନାହାନ୍ତି। ସାର୍ଲିନ୍‌ଙ୍କୁ ଯଦି ଏନ୍‌ସିବି ପକ୍ଷରୁ ଜେରା‌ କରାଯାଏ, ତେବେ ସେ ସବୁ କଥା ଖୋଲି କହିବେ ବୋଲି କହିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାର୍ଲିନ୍‌ କହିଛନ୍ତି ଯେ, କୋଲକତା ନାଇଟ୍‌ ରାଇଡର୍ସ ମ୍ୟାଚ୍‌ ସରିବା ପରେ ଓ୍ୱାସ୍‌ ରୁମ୍‌ରେ ଧୂମ୍‌ କୋକିନ୍‌ ସେବନ କରାଯାଏ । ତେବେ ଏହି ଘଟଣା ଆଇପିଏଲ୍‌ର କେଉଁ ସିଜିନ୍‌ର ବୋଲି ସାର୍ଲିନ୍‌ ସ୍ପଷ୍ଟ କରିନାହାନ୍ତି।

ସର୍ଲିନ୍‌ ଚୋପ୍‌ଡ଼ାଙ୍କ ସୂଚନା ଅନୁଯାୟୀ, କେକେଆର୍‌ ମ୍ୟାଚ୍‌ ଦେଖିବା ପାଇଁ ସେ କୋଲକତା ଯାଇଥିଲେ। ମ୍ୟାଚ୍‌ ସରିବା ପରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ସେଠାକୁ ବହୁତ ବଡ଼ ବଡ଼ ସେଲିବ୍ରିଟିମାନେ ଆସିଥିଲେ। ସେ ଡାନ୍ସ କରି କରି ଥକି ଯାଇଥିଲେ, ତେଣୁ ଫ୍ରେସ୍‌ ହେବା ପାଇଁ ବାଥ୍‌ରୁମ୍‌ ଯାଇଥିଲେ। ସେଠାରେ ସେ ସେଲିବ୍ରିଟିଙ୍କୁ କୋକିନ୍‌ ବ୍ୟବହାର କରୁଥିବା ଦେଖିଥିଲେ।

Spread the love