ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୫/୦୯: ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା କରୋନା ଆକ୍ରାନ୍ତ ହୋଇଥିବା ନେଇ ସେ ସୋସିଆଲ ମିଡ଼ିଆ ଜରିଆରେ ପୋଷ୍ଟ କରିଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ ଏବଂ ନେଗେଟିଭ ରିପୋର୍ଟ ଆସିବା ପର୍ଯ୍ୟନ୍ତ ପୃଥକବାସରେ ରହିବାକୁ ଶ୍ରୀମତୀ ପଣ୍ଡା ଅନୁରୋଧ କରିଛନ୍ତି।ରାଧାରାଣୀଙ୍କ ସ୍ୱାମୀ ସୁଧାଂଶୁ ପୁରୋହିତଙ୍କଠାରୁ ମିଳିଥିବା ଅନୁସାରେ, ଗତ ଦୁଇଦିନ ଧରି ରାଧାରାଣୀକୁ ସାମାନ୍ୟ ଜ୍ୱର ହେଉଥିଲା ଓ ଆଜି ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ବରଗଡ଼ସ୍ଥିତ ଏକ ଡ଼ାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ  ଟେଷ୍ଟ କରିବାରୁ ପରିବାରର ଅନ୍ୟ ସମସ୍ତଙ୍କର ନେଗେଟିଭ ବାହାରିଥିବା ବେଳେ ରାଧାରାଣୀଙ୍କ ପଜିଟିଭ ରିପୋର୍ଟ ଆସିଥିଲା। ତେବେ ଚିକିତ୍ସା ପାଇଁ ଆଜି ସଂନ୍ଧ୍ୟାରେ ରାଧାରାଣୀଙ୍କୁ ଝାରସୁଗୁଡ଼ା କୋଭିଡ଼ ଡ଼ାକ୍ତରଖାନାରେ ଭର୍ତି କରାଯିବ ବୋଲି ରାଧାରାଣୀଙ୍କ ସ୍ୱାମୀ ତଥା ବରିଷ୍ଠ ଆଇନଜୀବୀ ସୁଧାଂଶୁ ପୁରୋହିତ ସୂଚନା ପ୍ରଦାନ କରିଛନ୍ତି।

Spread the love