ସୋର ବିଜେପି ତରଫରୁ ପଣ୍ଡିତ ଦୀନଦୟାଲଙ୍କ ଜୟନ୍ତୀ ପାଳିତ

ସୋର, ୨୫/୦୯: ଆଜି ସୋର ବିଜେପି କାର୍ଯ୍ୟାଳୟରେ ପ୍ରଖର ରାଷ୍ଟ୍ରବାଦୀ , ଏକାତ୍ମ ମାନବ ବଦର ପ୍ରତୀକ, ଭାରତୀୟ ଜନସଂଘର ପ୍ରତିଷ୍ଠାତା ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଙ୍କ ୧୦୩ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ସୋର ନିର୍ବାଚନ ମଣ୍ଡଳୀ ର ବିଜେପି ନେତା ରାକେଶ ମଲିକ ଅଧ୍ୟକ୍ଷତା କରିଥିଲେ।

ବିଜେପି କର୍ମୀମାନେ ନିଜନିଜ ଘରେ ଦଳୀୟ ପତାକା ଲଗାଇ ପଣ୍ଡିତ ଜୀ ଙ୍କ ସ୍ମୃତି ଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିହୀର ପାଣି, ଈଶ୍ୱର ବେହେରା, ସଂଗ୍ରାମ କେଶରୀ ମହାପାତ୍ର, ଜୟନ୍ତ ସ୍ୱାଇଁ, ଗଣେଶ ଦାସ, ପୂଜା ତରେଇ, ସଂଜୀବ ରାଉଳ, ଶରତ ନାୟକ, ଦୈତାରୀ ଦାସ, ପ୍ରଫୁଲ୍ଲ ଦାସ, ବିଜୟ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love