ପ୍ରଧାନମନ୍ତ୍ରୀ  ଓ  ଜେ.ପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ଦ୍ୱାରା ଗଠିତ ହୋଇଥିବା ନୂଆ ରାଷ୍ଟ୍ରୀୟ ପଦାଧିକାରୀ ଟିମରେ ୪ ଓଡିଆଙ୍କ ସମେତ ନବନିଯୁକ୍ତ ସମସ୍ତ ପଦାଧିକାରୀଙ୍କୁ ଟ୍ୱିଟ୍ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଶେଷ ଭାବରେ ଏହି ନୂଆ ଟିମରେ ୪ ଓଡିଆଙ୍କୁ ସାମିଲ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ  ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ବିଜେପିର ଏହି ଟିମରେ ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ,  ବିଶେଶ୍ୱର ଟୁଡୁଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଏବଂ  ସମ୍ବିତ୍ ପାତ୍ର ଓ  ଅପରାଜିତା ଷଡଙ୍ଗୀଙ୍କୁ ରାଷ୍ଟ୍ରୀୟ ମୁଖପାତ୍ର ଭାବରେ ନିଯୁକ୍ତି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି ନଡ୍ଡା ଓଡିଶାକୁ ଗୁରୁତ୍ୱ ଦେଇଛନ୍ତି ।

Spread the love