ଓଡ଼ିଶାର ଲଦାଖ ପାଲଟିଥିବା ହାତିଆ ମୁଣ୍ଡିଆ ଏବେ ନିଷିଦ୍ଧାଞ୍ଚଳ

ଖୁବ୍‌ କମ୍‌ ଦିନ ମଧ୍ୟରେ ଯୁବପିଢ଼ିଙ୍କ  ନୂଆ ହ୍ୟାଙ୍ଗଆଉଟ ଡେଷ୍ଟିନେସନ ପାଲଟିଥିବା  ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ଜିଲ୍ଲା ପ୍ରଶାସନ ।  ଆଖି ଲାଖି ଯାଉଥିବା ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ସବୁଦିନ ପର୍ଯ୍ୟଟକଙ୍କ ଗହଳି ଲାଗୁଥିବା ବେଳେ ଏଠାରେ କିନ୍ତୁ ପାଦେ ପାଦେ ବିପଦ।  ସ୍ଥାନୀୟ ଅଞ୍ଚଳ ଏକ ପଥର ଖଣି ହୋଇଥିବାବେଳେ ଅନେକ ଡିନାମାଇଟ ଅଫୁଟା ଅବସ୍ଥାରେ ରହିଛି । ତେଣୁ ହାତିଅ ମୁଣ୍ଡିଆ ପଥର ଖଣି  ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।
ଆଜିଠାରୁ କେହି ତାପଙ୍ଗ ବୁଲି ନ ଯିବାକୁ ସତର୍କ କରିଛି ଜିଲ୍ଲା ପ୍ରଶାସନ । ବାରଣ ସତ୍ତ୍ୱେ  ଯଦି  କେହି ବୁଲିବାକୁ ଆସନ୍ତି ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Spread the love