ବିଶ୍ୱବିଦ୍ୟାଳୟ ଅଧିନିୟମ ସଂଶୋଧନ ବିଲ୍ ଶିକ୍ଷାନୁଷ୍ଠାନକୁ ରାଜନୀତିରୁ ମୁକ୍ତ ରଖିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ
ଭୁବନେଶ୍ୱର, ୩୦/୦୯: ଗତକାଲି ରାଜ୍ୟ ବିଧାନସଭାରେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୦ ଆଗତ ହୋଇଛି । ଆଜି ବିଭିନ୍ନ ଗଣମାଧ୍ୟମରେ ବିଧାନସଭାର ଅଲୋଚନା ସଂମ୍ପର୍କରେ ପ୍ରକାଶ ପାଇଛି । ତେବେ ଗୋଟିଏ କଥା ପ୍ରମୁଖ ଭାବେ ପ୍ରକାଶ ପାଇଛି ଯେ ମାନ୍ୟବର ସଦସ୍ୟ ତାରାପ୍ରସାଦ ବାହିନୀପତି ବିଲଟିକୁ ଚିରି ଦେଲେ । ତେବେ ଶ୍ରୀ ବାହିନୀପତି କ’ଣ କହିଲେ ଏବଂ କ’ଣ କହି ବିଲଟିକୁ ଚିରି ଦେଲେ ଏ କଥା କେହି ବି ଉଲ୍ଲେ୍ଖ କରିନାହାଁନ୍ତି।
ଆମେ ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଁ ଶ୍ରୀ ବାହିନୀପତି କାହିଁକି ଚିଠିଟିକୁ ଚିରିଦେଇଥିଲେ। ଶ୍ରୀ ବାହିନୀପତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟ ଗୁଡିକ ନିମନ୍ତେ ଏମ.ଏଲ.ଏ ଲ୍ୟାଡରୁ ୫୦ ଲକ୍ଷ ଟଙ୍କା ଦେବା ନିମନ୍ତେ ସ୍ଥିରିକୃତ ହୋଇଛି। କିନ୍ତୁ ଆମକୁ ମହାବିଦ୍ୟାଳୟ ଗୁଡିକର ଗର୍ଭଣିଂ ବଡିର ସଭାପତି ଏପରିକି ସଦସ୍ୟ ଭାବରେ ରଖାଯିବ ନାହିଁ ବୋଲି ସରକାରଙ୍କ ଦ୍ୱାରା ଆଗକୁ ନିଷ୍ପତି ହୋଇଛି। ଯଦିଓ ଏ କଥା ସହିତ ବିଲଟିର କୌଣସି ସମ୍ପର୍କ ନାହିଁ ତଥାପି ଏକଥା କହି ଶ୍ରୀ ବାହିନୀପତି ବିଲଟିକୁ ଚିରି ଦେଇଥିଲେ।
ରାଜ୍ୟ ସରକାର ଏକ ଯୁଗାନ୍ତକାରୀ ପୟାସ ନେଇ ସଭୁ ଶିକ୍ଷାନୁଷ୍ଠାନ ଗୁଡିକ ରାଜନୀତି କରଣରୁ ମୁକ୍ତ ରଖି ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେହି ପ୍ରୟାସରେ ଏହି ବିଲ ଏକ ବଳିଷ୍ଟ ପଦକ୍ଷେପ। ଯାହାକୁ ସମସ୍ତ ଶିକ୍ଷାବିତ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ପ୍ରାୟ ସମସ୍ତେ ସ୍ୱାଗତ କରିଛନ୍ତି। ଯଦିବା ଶ୍ରୀ ବାହିନୀପତି ଯାହା କହିଛନ୍ତି ସେଥିରେ ଏ ବିଲ ସହିତ କୈଣସି ସମ୍ପର୍କ ନାହିଁ। ତେବେ ସେ କଥା ଅବତାରଣା କରିଛନ୍ତି । ତେବେ ଏହି କଥା ଅବତାରଣା କରିବା କାରଣ ହେଲା ଯେଉଁ ତିନି ଜଣ ବିଧାୟକ ଗୋଟିଏ ଗୋଟିଏ ବିଶ୍ୱବିଦ୍ୟାଳୟର ସିନେଟକୁ ଯାଉଥିଲେ ସେମାନେ ସିନେଟ ବ୍ୟବସ୍ଥାର ଉଚ୍ଛେଦ ହେବା ପରେ ଆଉ ଯାଇ ପାରିବେ ନାହିଁ । ତେବେ ବର୍ଷ ବର୍ଷ ଧରି ବିଶ୍ୱବିଦ୍ୟାଳୟରେ ସିନେଟରେ କୌଣସି ବୈଠକ ବସୁ ନଥିବା ଫଳରେ ସିନେଟ କେବଳ ଏକ ଆଳଙ୍କାରିକ ବ୍ୟବସ୍ଥା ହୋଇ ରହିଯାଇଥିଲା। ବିଶ୍ୱବିଦ୍ୟାଳୟ ପରିଚାଳନାରେ ସିନେଟର କୌଣସି ଅବଦାନ ନଥିଲା। ସବୁ କ୍ଷମତା ପ୍ରକୃତରେ ସିଣ୍ଡିକେଟ ବ୍ୟବସ୍ଥାରେ ରହିଥିଲା । ସବୁ କଥା ଆଲୋଚନା ହୋଇ ନିଷ୍ପତ୍ତି ନିଆଯାଉଛି ।
ଯେତେବେଳେ ତର୍ଜମା କରି ଦେଖାଗଲା ଯେ ବର୍ଷ ବର୍ଷ ଧରି ସିନେଟର ବୈଠକ ବସୁନାହିଁ, ଏବଂ ସିନେଟ ଦ୍ୱାରା କୌଣସି ଉଦେ୍ଧଶ୍ୟ ସାଧିତ ହୋଇପାରୁନାହିଁ, ସେତେବେଳେ ଏହାକୁ ଉଚ୍ଛେଦ କରାଗଲା । ତେବେ ସିନେଟ ବ୍ୟବସ୍ଥା ଉଚ୍ଛେଦ ହେବା ଦ୍ୱାରା ଏମ୍.ଏଲ୍.ଏ ମାନେ ଆଉ ବିଶ୍ୱବିଦ୍ୟାଳୟକୁ ଯାଇ ପାରିବେ ନାହିଁ କହି ଏହାକୁ ବିରୋଧ କରି ଶ୍ରୀ ବାହିନୀପତି ବିଲ୍ଟିକୁ ଚିରି ଦେଲେ। ତେବେ କୌଣସି ଗଣମାଧ୍ୟମରେ ଏ କଥା ପ୍ରକାଶ ପାଇଲା ନାହିଁଁ । ସେଥିପାଇଁ ଆମେ ଛୋଟିଆ ଗଣମାଧ୍ୟମ ହେଲେ ମଧ୍ୟ ଯାହା ସତ୍ୟ, ଯାହା ବିଧାନସଭାରେ କୁହାଗଲା ତାହାକୁ ଲୋକଲୋଚନକୁ ଆଣିବା ଓ ସତ୍ୟର ସାମ୍ନା କରିବାକୁ ପ୍ରୟାସ କରିଛୁ ।
ଯେଉଁ କଥା ସରକାର କଲେ ଏପରିକି ସରକାରୀ ଦଳର ବିଧାୟକମାନେ ମଧ୍ୟ ନୂତନ ବ୍ୟବସ୍ଥାରେ ସିନେଟ ଉଚ୍ଛେଦ ପରେ ଆଉ ବିଶ୍ୱବିଦ୍ୟାଳୟକୁ ଯାଇପାରିବେ ନାହିଁ ବୋଲି ଲୋକମାନେ ଜାଣିବେ। ସେତେବେଳେ ସେମାନେ ସରକାରଙ୍କ ଏଭଳି ପ୍ରୟାସକୁ ନିଶ୍ଚିତ ଭାବେ ସ୍ୱାଗତ କରିବେ। ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟକୁ ରାଜନୀତିରୁ ମୁକ୍ତ ରଖିବା ପାଇଁ ଏହା ନିଶ୍ଚିତ ରୂପେ ଏକ ବଳିଷ୍ଟ ପଦକ୍ଷେପ। ଏହା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବ୍ୟବସ୍ଥାରେ ପ୍ରଭୁତ ଉନ୍ନତି ଆଣିପାରିବ ବୋଲି ବହୁ ବୃଦ୍ଧିଜୀବି ଲବଂ ଅଭିଭାବକମାନଙ୍କ ମତ।
ଯାହା ବିଧାନସଭାରେ ଘଟୁଛି ତାହା ପ୍ରକାଶ କରିବା ପାଇଁ ଆମେ ନିରନ୍ତର ଉଦ୍ୟମ ଜାରୀ ରଖିଛୁ ଏବଂ ଜନସାଧାରଣଙ୍କ ନିକଟରେ ସତ୍ୟର ଅବତାରଣା କରିବା ପାଇଁ ପ୍ରୟାସ କରୁଛୁ।