ରାଜ୍ୟ ସମ୍ମାନ ସହ ହେବ ଅନ୍ତିମ ସଂସ୍କାର

ଭୁବନେଶ୍ୱର: ଭେଟେରାନ୍ ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ  ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଦୀପ ମହାରଥୀ ଜଣେ ଦିଗଜ ନେତା ଥିଲେ । ବିଜୁବାବୁଙ୍କ ସହ ମିଶି କାମ କରିଥିଲେ ମହାରଥୀ। ପ୍ରଦୀପ ମହାରଥୀ ଜଣେ ସୁସଂଗଠକ ଥିଲେ। ସେ ପିପିଲିରୁ ୭ଥର ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ଶୋକସନ୍ତପ୍ତ ପରିବାର ଓ ପିପିଲି ଜନସାଧାରଣଙ୍କୁ ସମବେଦନା ଜଣାଇଛନ୍ତି ନବୀନପଟ୍ଟନାୟକ। ରାଜ୍ୟ ସମ୍ମାନ ସହ ପ୍ରଦୀପ ମହାରଥୀଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ

Spread the love