ଗୋଡ଼ାଇ ଗୋଡ଼ାଇ ହାଣିଲା ମିଠା ଦୋକାନୀ

ଭୁବନେଶ୍ୱର,୪/୧୦: ରାଜଧାନୀ ଭୁବନେଶ୍ବରସ୍ଥିତ ସାମନ୍ତରାପୁରରେ ରବିବାର ଅଭାବନୀୟ ଘଟଣା ଘଟିଛି। ଜଣେ ମିଠା ଦୋକନୀ ଅନ୍ୟଜଣେ ମିଠା ଦୋକାନୀକୁ ଗୋଡାଇ ଗୋଡାଇ ମାରଣାସ୍ତ୍ରରେ ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡ଼ିଛି। ଘଟଣା ଘଟିବା ପରେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ ଭୁବନେଶ୍ବର –ପୁରୀ ରାସ୍ତା ଅବରୋଧ କରିଥିଲେ।

ଖବରପାଇ ଘଟଣାସ୍ଥଳରେ ପୁଲିସ ବୁଝାସୁଝା କରିବା ପରେ ଉତ୍ତ୍ୟକ୍ତଲୋକେ ରାସ୍ତାରୋକରୁ ହଟିଛନ୍ତି। ହତ୍ୟାର କାରଣ ସ୍ପଷ୍ଟ ଜଣାପଡ଼ି ନ ଥିବାବେଳେ, ପ୍ରାଥମିକ ତଦନ୍ତରୁ ବ୍ୟବସାୟୀକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Spread the love