ପୁଣି କରୋନା ପରାସ୍ତ: ୮୬ ବର୍ଷିୟା ମହିଳା ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ

ଭୁବନେଶ୍ୱର, ୯/୧୦ : ଜଣେ ୮୬ ବର୍ଷିୟା ମହିଳା କରୋନା ସଂକ୍ରମଣରୁ ସୁସ୍ଥ ହୋଇ ପୁଣି ଥରେ ଭୟର ବାତାବରଣ ଭିତରେ ଆଶ। ସଂଚାର କରିଛନ୍ତି। ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୟୋଜ୍ୟେଷ୍ଠା ମହିଳା ସତ୍ୟଭାମା ଦାସ।କରୋନା ସଂକ୍ରମିତ ହେବାପରେ ଗତ ସେପ୍ଟେମ୍ବର ୨୯ ତାରିଖରେ ସେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ। ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ତାଙ୍କର ଡାଇବେଟିସ୍‌, ବ୍ଲଡପ୍ରେସର୍‌, ଶ୍ୱାସ ଓ ଗ୍ୟାସ୍‌ଜନିତ ସମସ୍ୟା ମଧ୍ୟ ରହିଥିଲା। ଏପରିକି ତାଙ୍କ ବାମ ଗୋଡଟି ଭାଙ୍ଗି ଥିବାରୁ ପୂର୍ବରୁ ସେ ଶଯ୍ୟାଶାୟୀ ଥିଲେ। ଏଭଳି ଅବସ୍ଥାରେ କରୋନା ସଂକ୍ରମିତ ହୋଇ ଚିକିତ୍ସା ନିମନ୍ତେ ହସ୍ପିଟାଲ୍‌ରେ ଭର୍ତି ହୋଇଥିବା ସତ୍ୟଭାମାଙ୍କର ଅତି ଯତ୍ନ ଓ ନିଷ୍ଠାର ସହ ଚିକିତ୍ସା ଓ ସେବା କରିଥିଲେ ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନେ।

କରୋନାକୁ ପରାସ୍ତ କରି ଏହି ଶଯ୍ୟାଶାୟୀ ମହିଳା ଜଣକ ଶୁକ୍ରବାର ଘରକୁ ଫେରିଛନ୍ତି। ହସ୍ପିଟାଲ୍‌ର ଡାକ୍ତର ଓ ନର୍ସ ମାନେ ତାଙ୍କର ଯେଉଁଭଳି ଭାବେ ଚିକିତ୍ସା କଲେ ଓ ଯତ୍ନ ନେଲେ ସେଥିପାଇଁ ସେ କୃତଜ୍ଞ ବୋଲି କହିଛନ୍ତି। ତାଙ୍କ ପୁଅ ସଞ୍ଜିବ କୁମାର ଦାସ ମଧ୍ୟ ସମ୍ କୋଭିଡ ଟିମ୍‌କୁ ତାଙ୍କ ମାଆଙ୍କର ଉତମ ଚିକିତ୍ସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସମ୍ କୋଭିଡ ହସ୍ପିଟାଲ୍‌ରେ କରୋନା ସଂକ୍ରମିତ ହୋଇ ଚିକିତ୍ସା ପାଇଁ ଭର୍ତି ହୋଇଥବା ବରିଷ୍ଠ ନାଗରିକମାନେ ସୁସ୍ଥ ହୋଇ ଘରକୁ ଫେରୁଥିିବାର ଅନେକ ନଜିର ଦେଖିବାକୁ ମିଳୁଛି।

Spread the love