ଭାରତ ପକ୍ଷରୁ ଶୋକ ସନ୍ଦେଶ ଦେବା ପାଇଁ ଦୁଇ ଦିନିଆ କୁଏତ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ଭୁବନେଶ୍ୱର: କୁଏତ୍ ସମ୍ରାଟ ଶେକ୍ ସବାହ୍ ଅଲ୍ ଅହମ୍ମଦ ଅଲ୍-ଜାବେର୍ ଅଲ୍ ସବାହଙ୍କ ବିୟୋଗରେ ଭାରତ ପକ୍ଷରୁ ଶୋକ ସନ୍ଦେଶ ଦେବା ପାଇଁ ଅକ୍ଟୋବର ୧୧ ରୁ ୧୨ ତାରିଖ ପର୍ଯ୍ୟନ୍ତ ଦୁଇଦିନିଆ କୁଏତ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତର ମହାମହିମ ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଶୋକ ସନ୍ଦେଶ ପତ୍ରକୁ କୁଏତର ନୂଆ ସମ୍ରାଟ ଶେକ୍ ନୱାଫ୍ ଅଲ୍-ଅହମ୍ମଦ ଅଲ୍-ଜାବେର୍ ଅଲ୍-ସବାହଙ୍କୁ ପ୍ରଦାନ କରିବେ ଧର୍ମେନ୍ଦ୍ର।

କେନ୍ଦ୍ରମନ୍ତ୍ରୀ ଆଜି ବିଭିନ୍ନ ବୈଠକରେ ଯୋଗ ଦେବା ସହ କୁଏତରେ ଥିବା ଭାରତୀୟ ସମ୍ପ୍ରଦାୟ ତଥା ଓଡ଼ିଆ ଉଦ୍ୟୋଗପତିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଆସନ୍ତା ୧୨ ତାରିଖରେ କୁଏତର ନୂଆ ସମ୍ରାଟ ଶେକ୍ ନୱାଫ୍ ଅଲ୍-ଅହମ୍ମଦ ଅଲ୍-ଜାବେର୍ ଅଲ୍-ସବାହ୍ ଓ କୁଏତର ତୈଳ ମନ୍ତ୍ରୀ ଡଃ ଖାଲିଦ ଅଲି ଅହମ୍ମଦ ଅଲ୍-ଫାଦେଲ୍ ସହ ନିର୍ଦ୍ଧାରିତ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Spread the love