ରାଜମାତାଙ୍କ ନିସ୍ୱାର୍ଥପରତା, ତ୍ୟାଗ ଓ ବଳୀଦାନଚିର ସ୍ମରଣୀୟ ହୋଇ ରହିବ: ସମୀର ମହାନ୍ତି

ଭୁବନେଶ୍ୱର,୧୨/୧୦: ଆଜି ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ୧୦୧ତମ ଜନ୍ମ ଜୟନ୍ତୀ ଏବଂ ଜନ୍ମ ଶତବାର୍ଷିକ ସମାରୋପ ଦିବସ। ରାଜମାତା ମଧ୍ୟପ୍ରଦେଶ ଠାରେ ୧୨ ଅକ୍ଟୋବର ୧୯୧୯ ମସିହାରେ ଜନ୍ମ ହୋଇଥିଲେ। ଶ୍ରୀମତୀ ସିନ୍ଧିଆ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟା ଥିଲେ। ଭାରତର ରାଜନୀତିରେ ସେ ଜଣେ ଆଦର୍ଶ ମହିଳା ଥିଲେ। ରାଜମାତାଙ୍କ
୧୦୧ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ରାଜ୍ୟ ବିଜେପି ପକ୍ଷରୁ ରାଜମାତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ସହ ତାଙ୍କ ତ୍ୟାଗ ବଳୀଦାନର ଗାଥାକୁ ଦଳର ନେତୃବୃନ୍ଦ ସ୍ମରଣ କରିଛନ୍ତି ।
ରାଜମାତା ଅତି ସରଳ ସ୍ୱଭାବର ଥିଲେ। ସମାଜ ପାଇଁ ସେ ନିଜକୁ ଉତ୍ସର୍ଗୀକୃତ କରିଥିଲେ । ରାଜନୀତିରେ ସେ ଏକ ନୂଆ
କିର୍ତୀମାନ ସ୍ଥାପନା କରିଥିଲେ। ପୂର୍ବରୁ ଜନସଂଘ ବିଚାରଧାରା ରହି ସେ କାର୍ଯ୍ୟ କରୁଥିଲେ । ରାଜମାତା ବଂଚିତ, ଶୋଷିତ ଏବଂ ଦୁର୍ବଳ ଶ୍ରେଣୀର ମହିଳାଙ୍କ ଉତଥାନ ପାଇଁ ଲଢେଇ କରିଥିଲେ । ତୃଣୂଳସ୍ତରରେ ବିଶେଷ କରି ମହିଳାଙ୍କ ପାଇଁ ସେ ସର୍ବଦା ଚିରସ୍ମରଣୀୟ ହୋଇରହିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ସମୟରେ ଲାଗିଥିବା ଆପାତ କାଳୀନ ପରିସ୍ଥିତିରେ ସେ କଂଗ୍ରେସର କଳା ଆଇନକୁ ବିରୋଦ୍ଧ କରିଥିଲେ। ରାଜମାତାଙ୍କ ନିସ୍ୱାର୍ଥପରତା, ତ୍ୟାଗ ଓ ବଳୀଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିବା ସହ ତାଙ୍କ ବିଚାରଧାରାକୁ ନେଇ କାର୍ଯ୍ୟକରିବା ପାଇଁ ଆହ୍ୱାନ ଦେଇଥିଲେ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରାଜମାତାଙ୍କ ଜନ୍ମ ଜୟନ୍ତୀ ଅବସରରେ ଏକ ଭର୍ଚୁଆଲ ସମାବେଶରେ ୧୦୦ ଟଙ୍କିଆ ମୁଦ୍ରା ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।

ରାଜମାତାଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିରୋଧୀ ଦଳ ସଚେତକ ମୋହନ
ମାଝୀ, ରାଜ୍ୟ ସଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ରାଜମାତାଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି।

Spread the love