୩୦ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଦୀପାବଳି ବୋନସ

ନୂଆଦିଲ୍ଲୀ, ୨୧/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ଦୀପାବଳି ବୋନସ ଦେବାକୁ କ୍ୟାବିନେଟ ଘୋଷଣା କରିଛି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ସିଧାସଳଖ ଡିବିଟି ଅର୍ଥାତ୍ ସିଧାସଳଖ ଲାଭ ଟ୍ରାନ୍ସଫର ମାଧ୍ୟମରେ କର୍ମଚାରୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବ। ଦଶହରା କିମ୍ବା ଦୁର୍ଗା ପୂଜା ପୂର୍ବରୁ ୩୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୩୭୩୭ କୋଟି ଟଙ୍କାର ବୋନସ ଦେୟ ତୁରନ୍ତ ପ୍ରଦାନ କରାଯିବ।

ସୂଚନାଯୋଗ୍ୟଯେ, ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଉତ୍ସବର ଅଗ୍ରୀମ ଯୋଜନା ପ୍ରଣୟନ କରିବାକୁ ଘୋଷଣା କରିଥିଲେ। ଏହା ମାଧ୍ୟମରେ କର୍ମଚାରୀମାନେ ୧୦ ହଜାର ଟଙ୍କା ଆଗୁଆ ନେବାକୁ ସକ୍ଷମ ହେବେ।

 

Spread the love