ଶାରଦୀୟ ଦୁର୍ଗା ପୂଜାରେ ସୋର ଓ ଖଇରା ଅବକାରୀ ବିଭାଗ ପକ୍ଷରୁ ଶୁଭେଚ୍ଛା

ସୋର, (ରଞ୍ଜିତ ମହାକୁଡ଼): ଧରାପୃଷ୍ଠରେ ଅବତରଣ କରିଛନ୍ତି ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗା । ଆଜି ଦେଉଛି ମାଆ ଜଗଦଜନନୀ ଦୁର୍ଗାଙ୍କ ଅଷ୍ଟମୀ ପୂଜା। ବିଧି ଅନୁସାରେ ମା’ଙ୍କୁ କରାଯାଇଛି ଆବାହନ । ହେଲେ କରୋନା କଟକଣା ପାଇଁ ସବୁଠି ଖାଁ ଖାଁ। ସୀମିତ ଭକ୍ତ ଓ ପୁରୋହିତଙ୍କୁ ନେଇ ଅନୁଷ୍ଠିତ ହେଉଛି ପୂଜା।

ହେଲେ ହାର ମାନିନାହାନ୍ତି କୋଭିଡ ଯୋଦ୍ଧା। ଆଜି ବି ସେମାନେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ ଜୀବନ ରକ୍ଷା ପାଇଁ ଛିଡା ହିଇଛନ୍ତି। ଏହି ପବିତ୍ର ପୂଜା ଅବସରରେ ସୋର ଓ  ଖଇରା ଅବକାରୀ ବିଭାଗ ସାରା ଦେଶବାସୀ ତଥା ଓଡ଼ିଶାର ଜନସାଧରଙ୍କ ପାଇଁ ସଚେତନ ବାର୍ତ୍ତା ଦେବସହ ଶୁଭେଚ୍ଛା ଜଣାଇ ଛନ୍ତି। ସେହି ମହାନ କୋଭିଡ ଯୋଦ୍ଧାମାନଙ୍କ ନାମ ଆମେ ଏଠାରେ ଉପସ୍ଥାପନା କରୁଛୁ।    ସୋର ଅବକାରୀ ବିଭାଗର incharge ସ୍ୱାତୀ  ପଟ୍ଟନାୟକ,  ଭାସ୍କର ଚନ୍ଦ୍ର ବେହେରା asi ଖଇରା, ତପନ କୁମାର ମଲ୍ଲିକ କନଷ୍ଟେବଳ ସୋର (ଅବକାରୀ ବିଭାଗ), ଦେବାଶିଷ ମଲ୍ଲିକ କନଷ୍ଟେବଳ ଖଇରା (ଅବକାରୀ ବିଭାଗ), ମିନତୀ ଜେନା କନଷ୍ଟେବଳ ସୋର (ଅବକାରୀ ବିଭାଗ) ଏବଂ ନିତ୍ୟାନନ୍ଦ ରାଉତ କନଷ୍ଟେବଳ ସୋର (ଅବକାରୀ ବିଭାଗ) ପ୍ରମୁଖ କୋଭିଡ ମହାମାରୀ  ଆରମ୍ଭ ହେବାଠାରୁ ନିରନ୍ତର ଭାବେ ଜନତାଙ୍କ ସେବା କରି ଆସୁଛନ୍ତି।

ଏହି ପାର୍ବଣ ସମୟରେ ଘରେ ରହି ମାଆଙ୍କୁ ଆରାଧନା କରିବାକୁ ନିବେଦନ କରିଛନ୍ତି। ବାହାରକୁ ଯାଇ ନିଜ ଜୀବନକୁ ବିପଦରେ ପକାଇବା ସହ ପାରିବାର ସମସ୍ତ ଙ୍କୁ ଜୀବନକୁ ବିପଦରେ ନ ପକେଇବା ପାଇଁ ନିବେଦନ କରିଛନ୍ତି। ସାମାଜିକ ଦୂରତା ସହ  ସବୁନରେ ବାରମ୍ବାର ହାତ ଧୋଇବା ଓ ମାସ୍କ ବ୍ୟବହାର ପାଇଁ ପରାମର୍ଶ ଦେଇଛନ୍ତି।

Spread the love